ଗହଣା ଦୋକାନ ସିଲ: କୋଭିଡ଼ ନିୟମ ଭାଙ୍ଗିଥିବାରୁ ୫୦ ହଜାର ଟଙ୍କା ଜୋରିମାନା

ଧନତେରସରେ କୋଭିଡ଼ ନିୟମ ଭାଙ୍ଗିଥିବା ଅଭିଯୋଗରେ କଟକ ମହାନଗର ନିଗମ କର୍ତ୍ତୃପକ୍ଷ କଟକର ଏକ ଗହଣା ଦୋକାନକୁ ସିଲ କରି ଦେଇଛନ୍ତି । ଏହା ସହ ସମ୍ପୃକ୍ତ ଦୋକାନ ଉପରେ ୫୦ ହଜାର ଟଙ୍କା ଜୋରିମାନା କରାଯାଇଛି । କଟକ ମହାନଗର ନିଗମ ଉପ କମିଶନର ସଞ୍ଜିବିତା ରାୟ ମଙ୍ଗଳାବାଗ ପୁଲିସ ସହ ସଦଳବଳେ ଏହି ଚଢ଼ଉ କରିଥିଲେ । ସେହିପରି ଅନ୍ୟ ଏକ ଗହଣା ଦୋକାନ ଉପରେ ମଧ୍ୟ ଚଢ଼ଉ କରାଯାଇ ୨୬ ହଜାର ଟଙ୍କା ଜୋରିମାନା କରାଯାଇଛି ।

Comments are closed.