ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବୀ

ସାକ୍ଷୀଗୋପାଳ : ମହାଲିଙ୍ଗ ମହାବିଦ୍ୟାଳୟ ଅଧ୍ୟକ୍ଷା ସ୍ବର୍ଗତ ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଓ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବହିଷ୍କାର ଦାବିରେ ଆଜି ସତ୍ୟବାଦୀ ବ୍ଲକ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ରୀତା ତ୍ରିପାଠୀଙ୍କ  ନେତୃତ୍ୱରେ  ସତ୍ୟବାଦୀ ବ୍ଲକ କାର୍ଯ୍ୟାଳୟ ଘେରାଉ କରା ଯାଇଥିଲା। ଏ ସମ୍ପର୍କିତ ଏକ ଦାବିପତ୍ର ମଣ୍ଡଳ ଉନ୍ନୟନ ଅଧିକାରୀ କ୍ଷୀରୋଦ କୁମାର ବେହେରାଙ୍କୁ ପ୍ରଦାନ କରା ଯାଇଥିଲା। ବିଜେପି ନେତା ଓମ ପ୍ରକାଶ ମିଶ୍ର, ଉମେଶ ଚନ୍ଦ୍ର ପ୍ରଧାନ, ସୁରେନ୍ଦ୍ର ପ୍ରଧାନ, ଦୀପକ ଶତପଥି, ସୁବାସ ଚନ୍ଦ୍ର ଜେନା ଓ କମଳା କାନ୍ତ ମିଶ୍ରଙ୍କ ସମେତ ଶତାଧିକ ମହିଳା  ଏହି ଆନ୍ଦୋଳନରେ ଯୋଗ ଦେଇଥିଲେ।

Comments are closed.