ଓଏସସିବିସି ଅଧ୍ୟକ୍ଷ ଦାୟିତ୍ଵ ନେଲେ ଜଷ୍ଟିସ ରଘୁନାଥ ବିଶ୍ଵାଳ

ଭୁବନେଶ୍ଵର: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗ (ଓଏସସିବିସି) ଅଧ୍ୟକ୍ଷ ଭାବେ ଜଷ୍ଟିସ ରଘୁନାଥ ବିଶ୍ଵାସ ଶନିବାର ଦାୟିତ୍ଵ ଗ୍ରହଣ କରିଛନ୍ତି। ପୂର୍ବାହ୍ନ ପ୍ରାୟ ୧୧ଟାରେ ଓଡ଼ିଶା ଆଦିବାସୀ ବିକାଶ ଉନ୍ନୟନ ସୋସାଇଟିଠାରେ ଏକ କାର୍ଯ୍ୟକ୍ରମରେ ଜଷ୍ଟିସ ବିଶ୍ଵାଳଙ୍କ ସମେତ ଅନ୍ୟ ୩ ଜଣ ସଦସ୍ୟ ଦାୟିତ୍ଵ ଗ୍ରହଣ କରିଛନ୍ତି।

ଏହା ପରେ ଅଧ୍ୟକ୍ଷ ଏବଂ ସଦସ୍ୟଙ୍କୁ ସିଆରପି ଛକସ୍ଥିତ ଏସଟିଏସି ଆରଟିଆଇକୁ ଯାଇଥିଲେ। ସେଠାରେ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ, ବିଭାଗୀୟ ପ୍ରମୁଖ ସଚିବ ଏବଂ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ସେମାନଙ୍କୁ ସମ୍ମାନିତ କରାଯାଇଥିଲା।

Comments are closed.