ସ୍କିନ ଟୁ ସ୍କିନ୍‌ ଟଚ୍‌ ବିଷୟରେ ବିବାଦୀୟ ରାୟ ଦେଇଥିବା ଜଷ୍ଟିସ୍‌ ପୁଷ୍ପା ଗନେଡିବାଲାଙ୍କର ଡିମୋସନ୍‌(ପଦୋବନତି)

 

ମୁମ୍ବଇ – ସ୍କିନ୍‌ ଟୁ ସ୍କିନ୍‌ ଟଚ୍‌ ନହେଲେ ଅସଦାଚରଣ ନୁହଁ ବୋଲି ରାୟ ଦେଇଥିବା ବମ୍ବେ ଉଚ୍ଚନ୍ୟାୟାଳୟର ଜଷ୍ଟିସ୍‌ ପୁଷ୍ପା ଗନେଡିବାଲାଙ୍କର ପଦୋବନତି ବା ଡିମୋସନ୍‌ ହୋଇଛି । ସୁପ୍ରିମକୋର୍ଟଙ୍କ କଲେଜିୟମ୍‌ ଜଷ୍ଟିସ୍‌ ଗନେଡିବାଲାଙ୍କୁ ଉଚ୍ଚନ୍ୟାୟାଳୟରେ ସ୍ଥାୟୀ ଜଜ୍‌ ଭାବେ ସୁପାରିଶ୍‌ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ଫେବ୍ରୁଆରୀ ୨୦୨୨ ଶେଷ ହେବ । ଏହି ଡିମୋସନ୍‌ ପରେ ସେ ପୁଣି ଜିଲ୍ଲା ନ୍ୟାୟାଧୀଶ ଭାବେ ନିଯୁକ୍ତି ପାଇବେ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟରେ ଖବର ପ୍ରକାଶିତ ହୋଇଛି ।

ବମ୍ବେ ହାଇକୋର୍ଟଙ୍କ ନାଗପୁର ପୀଠ ବା ବେଞ୍ଚର ଜଷ୍ଟିସ୍‌ ପୁଷ୍ପା ଗନେଡିବାଲା ଡିମୋସନ୍‌ ହୋଇଛି । ତାଙ୍କୁ ସ୍ଥାୟୀ ଜଜ୍‌ ଭାବେ ନିଯୁକ୍ତି ମିଳିଲା ନାହିଁ କି ଅତିରିକ୍ତ ଜଜ୍‌ ଭାବେ କାର୍ଯ୍ୟାକଳ ବୃ୍ଦ୍ଧି କରାଯାଇ ନାହିଁ । ଡିମୋସନ୍‌ ଭାବେ ଜିଲ୍ଲା ନିଯୁକ୍ତି ପାଇବେ ।

ପ୍ରଧାନବିଚାର ପତି ଜଷ୍ଟିସ୍‌ ଏନ୍‌ବି ରମଣା , ଜଷ୍ଟିସ୍‌ ଏଏମ୍‌ ଖାନବିଲକର ଏବଂ ଜଷ୍ଟିସ୍‌ ୟୁ ୟୁ ଲଳିତ ତାଙ୍କର କାର୍ଯ୍ୟକାଳ ବିସ୍ତାର ନକରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସେ ଅସଦାଚରଣ ବିଷୟରେ ପୋକ୍ସୋ ଆଇନ ବା ବାଳାପରାଧ ଆଇନରେ ବିବାଦୀୟ ରାୟ ଦେଇ ଚର୍ଚ୍ଚାକୁ ଆସିଥିଲେ ।

Comments are closed.