ଯୁଗାର ଯାତ୍ରା- ମାଆଙ୍କ ପାଇଁ ଭକ୍ତର ଭକ୍ତିପୂତ ଅର୍ପଣ, ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଯାତ୍ରାରେ ହେଲେ ସାମିଲ୍‌

ରେଙ୍ଗାଲିକ୍ୟାମ୍ପ – ଶାରଦୀୟ ଦୁର୍ଗା ପୂଜା ଅବସରରେ ଚାରିଆଡ଼େ ଉତ୍ସବ ମୁଖର । ଏହି ଅବସରରେ ବରଗଡ଼ ଜିଲ୍ଳା ଅତାବିରା ଏନ୍ ଏସି ୱାର୍ଡ ନଂ ୮ ଶାସ୍ତ୍ରୀ ନଗର ବାସୀ ମାଁ ଦୂର୍ଗା ଙ୍କୁ ଭେଟି ଦିଅନ୍ତି ଯୁଗାର । ଏହି ଯୁଗାର କୁ ବଡ ସାଜ ସଜ୍ଜା ସହ ମହା ସମାରୋହରେ ମାଆଙ୍କ ମନ୍ଦିର ପର୍ଯ୍ୟନ୍ତ ନିଆଯାଇଥାଏ । ଯୁଗାର ଯାତ୍ରା ଦେଖିବା ପାଇଁ ହଜାର ହଜାର ଦର୍ଶକ ଦେଖିବା ସହ ହଜାର ହଜାର ଭକ୍ତ ପଦରେ ଚାଲି ଚାଲି ଯାଇଥାଆନ୍ତି । ୫ ହଜାରରରୁ ଅଧିକ ଶ୍ରଦ୍ଧାଳୁ ଏଥିରେ ସାମିଲ ହୋଇଥିଲେ ।

ଏଥିପାଇଁ ଦୀର୍ଘ ଦୁଇ ମାସରୁ ସାଢେ଼ ଛଅ ଫୁଟ ଉଚ୍ଚତାର ଯୁଗାର ପଡାବାସୀମାନେ ଭକ୍ତି ଅର୍ଘ୍ୟର ପ୍ରସ୍ତୁତ କରିଥାଆନ୍ତି । ଏହି ଯୁଗାର ପାଇଁ ଏକ କ୍ୟୁଣ୍ଟାଲ ଖଇ, ଦେଢ଼ କ୍ୟୁଣ୍ଟାଲ ଗୁଡ,୧୦କେଜି କାଜୁ,୫କେଜି କିସମିସ,ଦୁଇ କେଜି ପିସ୍ତା ବାଦାମ,୫୦ଗୋଟି ନଡ଼ିଆ ବ୍ୟତୀତ ମହୁ,ଗୋରସ,ଦହି,ଘିଅ ମିଶ୍ରିତ ରେ ତିଆରି କରାଯାଏ । କେବଳ ସେତିକି ନୁହେଁ ଯୁଗାର ଯାତ୍ରା ପାଇଁ ରାମ ବେଶରେ ସନ୍ତୋଷ ପଶାୟତ ଅଭିନୟ କରିଥିବାବେଳେ ଲକ୍ଷ୍ମଣ ବେଶ୍ ରେ ଭୂର୍ସୁବ ସାହୁ,ହନୁମାନ ବେଶ ରେ ଧ୍ଵଜ୍ ଗଡୁଆ,ସୁଗ୍ରୀବ ବେଶରେ ସନ୍ୟାସୀ ପ୍ରଧାନ,ଜାମ୍ୱ ବାନ ବେଶରେ ପ୍ରମୋଦ ବଢେଇ, ଋଷି ବେଶରେ ଜନ୍ମ ପ୍ରଧାନ ରହିଥିବାବେଳେ ଅନ୍ୟ ଦଶଟି ବେଶରେ ଶବର,ବାଲ ହନୁମାନ ସୁସଜ୍ଜିତ ରଥରେ ଅଧିଷ୍ଠିତ ହୋଇ ଶୋଭାଯାତ୍ରା ହୋଇଥିଲା

ସ୍ଵତନ୍ତ୍ର ଆକର୍ଷଣ ଥିଲା କଟକ ରୁ ଆସିଥିବା ଆତସ ବାଜି । ରେମଣ୍ଡା ରୁ ଆସିଥିବା ଘଣ୍ଟ ବାଦ୍ୟ,ଅତାବିରା ର ଦୁଲୁଦୁଲି ବାଦ୍ୟ ସହ ଘଣ୍ଟ,ଶଙ୍ଖ,ହରିବୋଲ ହୁଳହୁଳି ରେ ଶାସ୍ତ୍ରୀ ନଗର ଆନ୍ଦ୍ର ପଡ଼ା ରାମ ମନ୍ଦିର ରୁ ବାହାରି ଦୀର୍ଘ ୩କିଲୋମିଟର ଦୁର୍ଗା ମନ୍ଦିର ଅଭିମୁଖେ ପହଞ୍ଚିଥିଲା । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏଥିରେ ସାମିଲ ହୋଇଥିଲେ ।

Comments are closed.