ଜଗଦେଵରାମ ଓରାମଙ୍କ ବିୟୋଗରେ ଜୁଏଲ ଓରାମଙ୍କ ଶୋକ

ଭୁବନେଶ୍ବର : ଅଖିଳ ଭାରତୀୟ ବନବାସୀ କଲ୍ୟାଣ ଆଶ୍ରମର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗଦେଵରାମ ଓରାମଙ୍କ ବିୟୋଗରେ ସୁନ୍ଦରଗଡ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ ଶ୍ରୀ ଜୁଏଲ ଓରାମ ଗଭୀର ଶୋକପ୍ରକଟ କରିଛନ୍ତି l ଏକ ଶୋକବାର୍ତ୍ତାରେ ଜୁଏଲ କହିଛନ୍ତି ଯେ, ଜଗଦେଵରାମ ଓରାମଙ୍କ ବିୟୋଗରେ ଦେଶ ଜଣେ ଦକ୍ଷ , କୁଶଳୀ ସଂଗଠକ ତଥା ସୁଯୋଗ୍ୟ ଜନଜାତି ସନ୍ତାନକୁ ହରାଇଲା। ଜନଜାତି ମାନଙ୍କର ବିକାଶ ଓ ସଶକ୍ତିକରଣ ପାଇଁ ତାଙ୍କର ଜୀବନ ସମର୍ପିତ ଥିଲା। ଦେଶର ଜନଜାତି ଅଞ୍ଚଳ ଵିଶେଷକରି ପୂର୍ବ ଭାରତର କୋଣେ ଅନୁକୋଣେ ଗସ୍ତ କରି ଜନଜାତି ମାନଙ୍କର ବିଭିନ୍ନ ସମସ୍ୟା ବୁଝିବା ସହିତ ତାର ସମାଧାନ ମଧ୍ୟ କରୁଥିଲେ l ତାଙ୍କର ଅମର ଆତ୍ମାର ସଦଗତି ପ୍ରାପ୍ତି ନିମନ୍ତେ ଶ୍ରୀ ଓରାମ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

Comments are closed.