ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ପଦ ପାଇଁ ୮ ନାମ ସୁପାରିସ

ନୂଆଦିଲ୍ଲୀ: ବିଭିନ୍ନ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ପଦରେ ନିଯୁକ୍ତି ଲାଗି ସର୍ବୋଚ୍ଚ ନ୍ୟାୟାଳୟଙ୍କ କଲେଜିୟମ୍ ୮ଜଣଙ୍କ ନାମ ​କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି। ସୁପାରିସ କରାଯାଇଥିବା ନାମଗୁଡିକ ହେଲା କଲକତା ଉଚ୍ଚ ନ୍ୟାୟାଳୟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ରାଜେଶ ବିନ୍ଦାଲ। ବିଚାରପତି ବିନ୍ଦାଲଙ୍କୁ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ​ଦେବାକୁ ସୁପାରିସ କରାଯାଇଛି। ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ବ୍ୟତୀତ କଲକାତା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତେଲଙ୍ଗାନା, ମେଘାଳୟ, ଗୁଜରାଟ ଓ ମଧ୍ୟପ୍ରଦେଶ ଉଚ୍ଚ ନ୍ୟାୟାଳୟରେ ମୁଖ୍ୟ ବିଚାରପତି ନିଯୁକ୍ତି ନିମନ୍ତେ ନାମ ସୁପାରିସ କରାଯାଇଛି। ଏହା ସହିତ ୫ ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି ଓ ୨୮ ବିଚାରପତିଙ୍କ ବଦଳି ନିମନ୍ତେ କଲେଜିୟମ୍ ସୁପାରିସ କରିଛନ୍ତି।

Comments are closed.