ଜଗତସିଂହପୁରରେ ସନ୍ଧ୍ୟା ୭ରୁ ସକାଳ ୭ ଯାଏ କର୍ଫ୍ୟୁ: କୋହଳ ହେବ ନାହିଁ ଲକ୍ଡ଼ାଉନ

ଜଗତସିଂହପୁର: ଜଗତସିଂହପୁର ଜିଲା ଗ୍ରୀନ୍ ଜୋନରେ ରହିଛି । ମାତ୍ର ଏହା ସତ୍ତ୍ବେ ସମ୍ଭାବ୍ୟ ବିପଦକୁ ଆଶଙ୍କା କରି ଜିଲା ପ୍ରଶାସନ ଲକ୍ଡ଼ାଉନ କୋହଳ ନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥିନେଇ ଜିଲାପାଳ ନିର୍ଦେଶନାମା ଜାରି କରିଛନ୍ତି ।ବାହାର ରାଜ୍ୟରୁ ଜିଲ୍ଲାକୁ ଅଧିକାଂଶ ଲୋକ ଫେରୁଛନ୍ତି । ବର୍ତ୍ତମାନ ଅଧିକ ସଚେତନ ହେବା ସହ କଡା ପଦକ୍ଷେପ ନେବାର ସମୟ ଆସିଛି । ଏହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଲକ୍ ଡାଉନ୍ ୨.୦ର ଯାହା ଗାଇଡ୍ ଲାଇନ୍ ରଖାଯାଇଥିଲା ତାହା ମଧ୍ୟ ଲକ୍ ଡାଉନ୍ ୩.୦ରେ ପାଳନ କରାଯିବ । ତେବେଏହି କର୍ଫ୍ୟୁ ଲକ୍ ଡାଉନ୍ ୩.୦ ବଳବତ୍ତର ରହିବା ପର୍ଯ୍ୟନ୍ତ ରହିବ ବୋଲି ଜିଲା ପ୍ରଶାସନ ସୂଚନା ଦେଇଛି ।  ତୃତୀୟ ପର୍ଯ୍ୟାୟ ଲକଡାଉନର ଶେଷ ଦିନ ତଥା ଆସନ୍ତା ମେ ୧୭ ଯାଏଁ ଏହି କଟକଣା ଲାଗୁ ରହିବ । ଏହିସମୟରେ ଲକଡାଉନ ସମୟର ସମସ୍ତ କଟକଣା ଜିଲ୍ଲାରେ ଲାଗୁ ହେବ ।
ଅତ୍ୟାବଶ୍ୟକ ସେବାକୁ ଛାଡ଼ିଦେଲେ, ଅନ୍ୟାନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ତେବେ ଔଷଧ ଦୋକାନ ଖୋଲାରହିବ । ସେହିପରି ଜିଲାରେ କୌଣସି ମଦ ଦୋକାନ ଖୋଲିବ ନାହିଁ ବୋଲି ଜିଲାପାଳ ସୂଚନା ଦେଇଛନ୍ତି ।

Comments are closed.