ଲକ୍‌ଡାଉନ୍ ସତ୍ତ୍ୱେ ଇସ୍ପାତ ରପ୍ତାନୀରେ ଜେଏସପିଏଲର ରେକର୍ଡ଼

ନୂଆଦିଲ୍ଲୀ:  ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଲିଃ (ଜେଏସ୍‌ପିଏଲ୍‌) ଇସ୍ପାତ ନିର୍ମାଣ ଓ ରପ୍ତାନୀ କ୍ଷେତ୍ରରେ ୨୦୨୦ ଆର୍ଥିକ ବର୍ଷର ପ୍ରଥମ ମାସ (ଏପ୍ରିଲ୍)ରେ ନୂତନ ରେକର୍ଡ଼ ପ୍ରତିଷ୍ଠା କରିଛି ।   ଏହି ମାସରେ ମାସରେ ଜେଏସ୍‌ପିଏଲ୍ ୨୪୮,୦୦୦ ନିୟୁତ ଟନ୍ ଇସ୍ପାତ ଏବଂ  ତତ୍ ସମ୍ବନ୍ଧୀୟ ସାମଗ୍ରୀ ରପ୍ତାନୀ କରିଛି ଯାହା କି ପୂର୍ବମାସ ତୁଳନାରେ ୧୦୯% ଅଧିକ । 

କୋଭିଡ୍‌-୧୯ ଯୋଗୁଁ ଦେଶବ୍ୟାପୀ ଲକ୍‌ଡାଉନ୍ ସତ୍ତ୍ୱେ ଜେଏସ୍‌ପିଏଲ୍ ଭାରତରେ ଅପ୍ରେଲ ମାସରେ ୫୫୦,୦୦୦ ନିୟୁତ ଟନ୍ ଇସ୍ପାତ ଓ ଗ୍ରାନୁଲେଟେଡ୍ ପିଗ୍ ଆଇରନ୍ ଉତ୍ପାଦନ କରି ୫ % ଅଭିବୃଦ୍ଧି ହାସଲ କରିଛି ।  ଅପ୍ରେଲ ମାସରେ ଜେଏସ୍‌ପିଏଲ୍ ଗ୍ରୁପ ସମୂହ ୬୫୫,୦୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ କରିଛି । କୋଭିଡ୍‌-୧୯ ସମ୍ବନ୍ଧୀୟ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶନାମା ଅନୁଯାୟୀ ଜେଏସ୍‌ପିଏଲ୍ ତାର ସମସ୍ତ କାରଖାନା ପରିଚାଳନା କରିବା ସହିତ ଆବଶ୍ୟକୀୟ ସାମାଜିକ ଦୁରତ୍ୱ ନିଶ୍ଚିନ୍ତ କରିବା ପାଇଁ ସମସ୍ତ ବ୍ୟବସ୍ଥା ମଧ୍ୟ କରିଛି ।
ଅନୁଗୁଳ ଠାରେ ଥିବା ଭାରତର ସର୍ବବୃହତ ବ୍ଲାଷ୍ଟ ଫର୍ନେସ ଅପ୍ରେଲ ୨୦୨୦ ରେ ସର୍ବାଧିକ ୨୯୮,୦୦୦ ନିୟୁତ ଟନ୍ ହଟ୍ ମେଟାଲ୍ ଉତ୍ପାଦନ କରିଛି । ଜେଏସ୍‌ପିଏଲ୍‌ର ପରିଚାଳନା ନିର୍ଦେଶକ  ଭି.ଆର. ଶର୍ମା ଏହି ସଫଳତାର ଶ୍ରେୟ ଏହାର କର୍ମଚାରୀମାନଙ୍କୁ ଦେଇଛନ୍ତି। ସେହିପରି ଜେଏସ୍‌ପିଏଲ୍ ସର୍ବଦା ସୁଯୋଗର ସଦୁପୋଯୋଗ କରିବା ପାଇଁ ଚେଷ୍ଠା କରିଥାଏ, ତେଣୁ କୋଭିଡ୍ – ୧୯ ସଂକଟ ସତ୍ତ୍ୱେ ଚୀନ୍‌, ମାଲେସିଆ, ଜର୍ମାନୀ, ସ୍ପେନ୍‌, ଇଟାଲି, ଡେନ୍‌ମାର୍କ, ଫ୍ରାନ୍ସ, ସାଉଦି ଆରବ, ଓମାନ, କତାର ଏବଂ ୟୁ.ଏ.ଇ ପରି ଦେଶକୁ ଇସ୍ପାତ ରପ୍ତାନୀ ଜେଏସ୍‌ପିଏଲ୍ ଅବ୍ୟାହତ ରଖିଛି ବୋଲି କହିଛନ୍ତି ।  ଅପ୍ରେଲ ୨୦୨୦ରେ ଜେଏସ୍‌ପିଏଲ୍‌ର ସାମୁଦାୟ ବିକ୍ରୟ ୪୫୬,୦୦୦ ନିୟୁତ ଟନ୍ ରେକର୍ଡ କରାଯାଇଛି । ଅପ୍ରେଲ ୨୦୨୦ରେ ଜେଏସ୍‌ପିଏଲ୍‌ର ଓମାନରେ ଥିବା ଇସ୍ପାତ କାରଖାନାରେ ୧୦୬,୦୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ହୋଇଥିବା ବେଳେ, ୧୨୦,୦୦୦ ନିୟୁତ ଟନ୍ ଇସ୍ପାତ ବିକ୍ରୟ ହୋଇଛି । ଭାରତୀୟ ରେଳବାଇ ପାଇଁ ଜେଏସ୍‌ପିଏଲ୍  ଆର୍‌.୨୬୦ ଗ୍ରେଡ୍ ରେଳ ବିକାଶ କରିଛି । ସାଧାରଣ ରେଳର ଧାରଣ କ୍ଷମତା ୱାଗନ୍ ପିଛା ୬୪ ଟନ୍ ଥିବା ବେଳେ, ଏହି ରେଳର ଧାରଣ କ୍ଷମତା ୱାଗନ୍ ପିଛା ୭୫ ଟନ୍  । 

Comments are closed.