ଭିଜିଲାନ୍ସ ଜାଲରେ ପୁଲିସ ଏଏସଆଇ, ଦେଢ କୋଟିରୁ ଉର୍ଦ୍ଧ୍ବ ସମ୍ପତ୍ତି ଠାବ

ଜଗତସିଂହପୁର: ଭିଜିଲାନ୍ସ ଜାଲରେ ପୁଲିସ ବାବୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁରର ପୁଲିସ ଏଏସଆଇ ରବୀନ୍ଦ୍ର ସେନାପତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ତାଙ୍କର ଏରସମା ଥାନା ପୈତୃକ ଘର ସମେତ ତିନିଟି ସ୍ଥାନରେ ଏକ ସାଙ୍ଗରେ ଚଢ଼ାଉ ଜାରି ରହିଛି। ୩ଟି ସ୍ଥାନରେ ୨୫ ଜଣିଆ ଟିମ୍ ଏହି ଚଢ଼ାଉ କରୁଥିବାର ଜଣାପଡ଼ିଛି। ଚଢାଉ ସମୟରେ ରବୀନ୍ଦ୍ରଙ୍କ ପାଖରୁ ୧୦ ରୁ ଅଧିକ ବ୍ୟାଙ୍କ ପାସ ବୁକ, ସୁନା ଗହଣା ମିଳିଛି। ତିନୋଟି କୋଠାର ମୂଲ୍ୟ ଦେଢ଼ କୋଟିରୁ ଅଧିକ ଟଙ୍କା ହେବ ବୋଲି ଆକଳନ କରାଯାଇଛି।