ଜେପି ନଡ୍ଡା ହେଲେ ବିଜେପିର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ

ନୂଆଦିଲ୍ଲୀ: ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ସୋମବାର ଜଗତ ପ୍ରକାଶ ନଡ୍ଡା ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ନଡ୍ଡା ନୂତନ ଅଧ୍ୟକ୍ଷ ହୋଇଥିବା ନେଇ ଦଳର ଜାତୀୟ ନିର୍ବାଚନ ଅଧିକାରୀ ରାଧାମୋହନ ସିଂହ ଘୋଷଣା କରିଛନ୍ତି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ଆଜି ସକାଳେ ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା। ନାମାଙ୍କନ ଦାଖଲ କରିବାର ଶେଷ ସମୟ ଆଜି ଦିନ ୧୨.୩୦ ପର୍ଯ୍ୟନ୍ତ ଥିଲା ଏବଂ ନଡ୍ଡା ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ।

ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶର ରାଜ୍ୟସଭା ସାଂସଦ ଜେପି ନଡ୍ଡା ଗତ ବର୍ଷ ଠାରୁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରେ ରହିଥିଲେ। ମାତ୍ର ଏବେ ତାଙ୍କୁ ଦଳର ସଂପୂର୍ଣ୍ଣ ଦାୟିତ୍ୱ ମିଳିଛି। ବିଜେପି ଜଣେ ବ୍ୟକ୍ତି ଗୋଟିଏ ପଦ ନିୟମରେ କାମ କରୁଛି। ଏହି କାରଣରୁ ଗୃହମନ୍ତ୍ରୀ ଅମିତ ଶାହା ଏବେ ଅଧ୍ୟକ୍ଷ ପଦର ଦାୟିତ୍ୱରେ ରହିବେ ନାହିଁ। ଶାହା ବିଗତ ସାଢ଼େ ୫ ବର୍ଷ ହେବ ଦଳର ନେତୃତ୍ୱ ବହନ କରିଥିଲେ ଏବଂ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଛି।

Comments are closed.