ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ତରଫରୁ ବରଗଡ ଏସପିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ରେଙ୍ଗାଲିକ୍ୟାମ୍ପ : ଓଡିଶା କର୍ମଜୀଵୀ ସାମ୍ବାଦିକ ସଂଘ ବରଗଡ ଜିଲ୍ଲା ଶାଖା ତରଫରୁ ନୂତନ ଭାବେ ଯୋଗଦାନ କରିଥିବା ଏସପି ରାହୁଲ ଜୈନଙ୍କୁ ଆଜି ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ସଂଘର ସଭାପତି ତ୍ରିବିକ୍ରମ ତ୍ରିପାଠୀ, ସମ୍ପାଦକ ପରମାନନ୍ଦ ମିଶ୍ର, ରାଜ୍ୟ ଉପସଭାପତି ଆଶୁତୋଷ ରଥ, ଆକାଶ ମିଶ୍ର, ଜନକ ରାମ ଦାଶ, କିଶନ ଲାଲ ଅଗ୍ରୱାଲ, ଅସିତ୍ ସ୍ୱାଇଁ, ଅଶୋକ ବାଙ୍କ, ସୁବାସ ଦୋରା ପ୍ରମୁଖ । ଏସପିଙ୍କୁ ତାଙ୍କ କାର୍ୟ୍ୟାଳୟରେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ଉପଢୌକନ ଦେଇ ସ୍ଵାଗତ କରିଥିଲେ । ବର୍ତ୍ତମାନ ପରିସ୍ଥିତିରେ ଗଣମାଧ୍ୟମ ସମାଜର ଚତୁର୍ଥ ସ୍ତମ୍ଭ । କୋଣ ଅନୁକୋଣ ସବୁଠି ବେଳେ ବେଳେ ପୋଲିସ ପହଞ୍ଚି ପାରେ ନାହିଁ।ସେଇ ଦୁର୍ଗମ ଅଞ୍ଚଳରେ ଘଟୁଥିବା ଅସାମାଜିକ କାର୍ୟ୍ୟ, ଅପରାଧମୂଳକ କାର୍ୟ୍ୟ, ଚୋରି, ଡକାୟତି, ବୋମା ବିସ୍ଫୋରଣ ଆଦି ଘଟଣାଗୁଡ଼ିକ ଗଣମାଧ୍ୟମ ଦ୍ଵାରା ହିଁ ଆମ ପାଖକୁ ପହଞ୍ଚିଥାଏ ଏବଂ ପୋଲିସ ତାର ଦାୟିତ୍ଵ ସମ୍ପାଦନ କରିଥାଏ। ତେଣୁ ଗଣମାଧ୍ୟମ ଓ ପୋଲିସ ଅଧିକାରୀଙ୍କ ମଧ୍ୟରେ ଶୁସମ୍ପର୍କ ରହିବା ସହ ପରସ୍ପର ସହ ସହଯୋଗର ହାତ ମିଳାଇ କାମ କରି ସମାଜରେ ବଢୁଥିବା ଦୁର୍ନୀତି, ଅପରାଧ ଶୂନ୍ୟ କରିବାର ଲକ୍ଷ୍ୟ ନେଇ ଆଗକୁ ବଢ଼ିବାକୁ ହେବ ବୋଲି ଏସପି କହିଥିଲେ। ଗଣମାଧ୍ୟମକୁ ପ୍ରତ୍ୟେକ ସମୟରେ ପୋଲିସ ପକ୍ଷରୁ ଆବଶ୍ୟକ ତଥ୍ୟ ଓ ସହଯୋଗ ଦିଆଯିବ ବୋଲି ଶ୍ରୀ ଜୈନ କହିଥିଲେ।

Comments are closed.