କରୋନା ଯୋଦ୍ଧା ଭାବେ ସାମ୍ବାଦିକ ସମ୍ମାନିତ

ହରଭଙ୍ଗା: କରୋନା ଭଳି ବୈଶ୍ୱିକ ମହାମାରୀ ସମୟରେ ଯୋଦ୍ଧାଭାବେ ଆଗଧାଡିରେ କାର୍ଯ୍ୟକରୁଥିବା ଡାକ୍ତର ଏବଂ ସାମ୍ବାଦିକଙ୍କ କାର୍ଯ୍ୟକୁ ପ୍ରଂଶସା କରି ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର ମଙ୍ଗଳବାର କରୋନା ଯୋଦ୍ଧାଭାବେ ସମ୍ମାନୀତ କରି ବ୍ଲକରେ ସମସ୍ତଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି।ଏହି ପରୀପ୍ରେକ୍ଷୀରେ ଆଜି ଚାରିଛକସ୍ଥିତ ବନବିଶ୍ରାମଗାର ପରିସରରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ଆଡେଣିଗଡ ମେଡିକାଲ ଅଫିସର ଡାକ୍ତର ଶ୍ରୀମନ୍ତ ସ୍ୱାଇଁ ସହିତ ବ୍ଲକର ସମସ୍ତ କାର୍ଯ୍ୟରତ ସାମ୍ବାଦିକ ପ୍ରୀତିରଂଜନ ଦାସ୍‍,ସୌମ୍ୟରଂଜନ ସାହୁ,ସୁକାନ୍ତ ପଟ୍ଟନାୟକ,ଚିତରଂଜନ ସିଂ,ନରେନ୍ଦ୍ର ସାହୁ,ବନମାଳୀ ପ୍ରଧାନ,ହିମାଂଶୁ ଶେଖର ସାହୁ,ଶାଶ୍ୱତ ଦାସ,ରତ୍ନାକର ବେହେରା ପ୍ରମୁଖ ଯୋଗଦାନ କରିଥିଲେ।ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର ସମସ୍ତଙ୍କୁ ଉପଢୌକନ ସହ ଯୋଦ୍ଧାମାନପତ୍ର ଦେଇ ସମ୍ମାନୀତ କରିଥିଲେ।ଡାକ୍ତର ଏବଂ ସାମ୍ବାଦିକଙ୍କ କାର୍ଯ୍ୟକୁ ଉତ୍ସାହିତ କରିବା ଉଦେଶ୍ୟରେ ଅଧ୍ୟକ୍ଷଙ୍କ ଏହି ନିଆରା ପଦକ୍ଷେପକୁ ସାମ୍ବାଦିକ ମହଲରେ ଉଚ୍ଚ ପ୍ରଶଂସା କରାଯାଇଥିଲା।

Comments are closed.