ଉତ୍ତରପ୍ରଦେଶ ଔରିୟା ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୪ ଶ୍ରମିକଙ୍କ ପାଇଁ ୨ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ଯୋଗୀ ଆଦିତ୍ୟନାଥ

ଉତ୍ତରପ୍ରଦେଶ : ଶନିବାର ଭୋର ସମୟରେ ଉତ୍ତରପ୍ରଦେଶ ଔରିୟାରେ ଟ୍ରକ ଯୋଗେ ନିଜ ରାଜ୍ୟକୁ ଫେରୁଥିବା କେତେଜଣ ପ୍ରବାସୀ ଶ୍ରମିକଙ୍କୁ ଆଉ ଏକ ଟ୍ରକ ଧକ୍କା ଦେବା ଫଳରେ ୨୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ପ୍ରବାସୀ ଗୁରୁତର ଆହତ ହୋଇଥିଲେ । ଏହି ଘଟଣା ପରେ ମୃତ ଶ୍ରମିକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ  ଅନୁକମ୍ପା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ  ଯୋଗୀ ଆଦିତ୍ୟନାଥ । ଏହାବ୍ୟତୀତ ଆହତଙ୍କୁ ମଧ୍ୟ ୫୦ ହଜାର ଟଙ୍କା ଅନୁକମ୍ପା ରାଶି ଦିଆଯିବ ବୋଲି ଯୋଗୀ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ  ଯୋଗୀ ଆଦିତ୍ୟନାଥ ତୁରନ୍ତ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶକୁ ଦେବା ସହ ୨ ଅଧିକାରୀଙ୍କୁ ନିଲମ୍ବିତ କରିଥିବା ମଧ୍ୟ ଖବର ମିଳିଛି।

ସୂଚନାଯୋଗ୍ୟ ଶନିବାର ଭୋର ସମୟ​‌ରେ ୮୧ ଜଣ ଶ୍ରମିକ ଏକ ଟ୍ରକ୍‌ରେ ରାଜସ୍ଥାନରୁ ଉତ୍ତରପ୍ରଦେଶ ‌ଫେରୁଥିବା ବେଳେ ଲକ୍ଷ୍ମୗ-ଆଗ୍ରା ଜାତୀୟ ରାଜପଥରେ ଯାଉଥିଲେ। କିନ୍ତୁ ଘରକୁ ଯିବା ସ୍ୱପ୍ନ ଅଧାରେ ରହିଗଲା ।  ଏକ ମାଲବାହୀ ଟ୍ରକ ସହ ଶ୍ରମିକମାନେ ଯାଉଥିବା ଟ୍ରକ୍‌ଟି ମୁହୁଁମୁହିଁ ଧକ୍କା ହେବାରୁ ଟ୍ରକ୍‌ରେ ଥିବା ଶ୍ରମିକଙ୍କ ମଧ୍ୟରୁ ୨୪ ଜଣଙ୍କ ମୃତ୍ୟୁ ଘଟିଥିଲା ।

Comments are closed.