ଝଣ୍ଡା ଶୋଭାଯାତ୍ରାକୁ ନେଇ ୨ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ, ଯୋଡ଼ା ସହରରେ ୧୪୪ଧାରା ଜାରି

ଚମ୍ପୁଆ: ଝଣ୍ଡା ଶୋଭାଯାତ୍ରାକୁ ନେଇ ଯୋଡ଼ାରେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଯୋଡ଼ା ସହରରେ ୨ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି।  ଯୋଡ଼ା ସହରରେ ୧୪୪ଧାରା ଜାରି କଲା ପ୍ରଶାସନ। ଦୁଇଗୋଷ୍ଠୀ ମଧ୍ୟରେ ମୁହଁାମୁହିଁ ହେବାରୁ ୧୪୪ଧାରା ଜାରି କରାଯାଇଛି। ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟରୁ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଛି। ପୁଲିସ ପ୍ରଶାସନ ପକ୍ଷରୁ କଡ଼ା ପ୍ରହରା ଦିଆଯାଇଥିବାବେଳେ  ପରିସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି।

Comments are closed.