ଇତିହାସ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ କରିବାର ଏକ ବଳିଷ୍ଠ ମାଧ୍ୟମ

କଟକ ଜିଲ୍ଲାର ମାହାଙ୍ଗା ସ୍ଥିତ ଅଗ୍ରଣୀ ପ୍ରତିଷ୍ଠାନ ଜବାହରଲାଲ ନେହେରୁ ମହାବିଦ୍ୟାଳୟର ଇତିହାସ ଓ ରାଜନୀତି ବିଜ୍ଞାନ ବିଭାଗ ଏବଂ ଓଡିଶା ସରକାରଙ୍କ ଆଦିବାସୀ ଗବେଷଣା ଓ ବିକାଶ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ରଣଜିତ ଗୁରୁ ସ୍ମାରକୀ ଆନ୍ତର୍ଜାତିୟ ସମ୍ପାନ କାର୍ଯ୍ୟକ୍ରମର ୫୮ତମ ସୋପାନରେ ପହଂଚିଛି। ୱେବିନାରର ଏହି ସଂସ୍କରଣରେ ସୁନ୍ଦରଗଡର ମାନ୍ୟବର ସାଂସଦ ତଥା ପୂର୍ବତନ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ‘ଟ୍ରାଇବାଲ ସୋସାଇଟି ଅଫ ଇଣ୍ଡିଆ ଆଣ୍ଡ ଦେଆର ଚ୍ୟାଲେଞ୍ଜସ’ ବିଷୟରେ ମତ ରଖିଥିଲେ। ପରବର୍ତ୍ତୀ ବକ୍ତା ଭାବରେ ଆଇଆଇଏମ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୟସ୍ୱାଲ ‘ଏନ ଭିଜନିଙ୍ଗ ଆଣ୍ଡ ନିୟୁ ପଲିସୀ ଡାଏଲଗ’ ବିଷୟ ଉପରେ ନିଜର ବକ୍ତବ୍ୟ ରଖି ଥିଲେ।
ସାନ୍ଧ୍ୟ ସଂସ୍କରଣରେ ଅତିଥି ବକ୍ତା ଭାବରେ ପ୍ରଥମେ ନୂଆଦିଲ୍ଲୀ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ହିଷ୍ଟୋରିକାଲ ଷ୍ଟଡିର ପ୍ରଫେସର ସୁଚେତା ମହାଜନ ଯୋଗଦେଇ ‘ନିୟୁ ସୋସିଆଲ ମୁଭମେଣ୍ଟସ ଇନ କଣ୍ଟେମ୍ପରାରି ଇଣ୍ଡିଆ’ ଶୀର୍ଷକ ବିଷୟରେ ବିଷଦ ଆଲୋଚନା କରିଥିଲେ ଓ ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଯୋଗାଯୋଗ ବିଭାଗର ପ୍ରଫେସର ଉଷା ରମଣ ‘ପ୍ରାକ୍ଟିସ, ପରଫରମାନ୍ସ, ପାର୍ଟୀସିପେସନ, ସୋସିଆଲ ମିଡ଼ିଆ ଆଣ୍ଡ ନେଟୱାର୍କଡ଼ ମୁଭମେଣ୍ଟସ’ ବିଷୟରେ ନିଜର ତଥ୍ୟ ସମ୍ବଳିତ ମତ ରଖିଥିଲେ।
ଏହି ୱେବିନାରରେ କାର୍ଡର ନିର୍ଦେଶକ ବିକ୍ରମ କେଶୋରୀ ଜେନା, ସହ ନିର୍ଦେଶକ ଚିନ୍ମୟ କୁମାର ସାହୁ ଓ ଦେଶ ବିଦେଶରୁ ଅନେକ ପ୍ରାଧ୍ୟାପକ, ଅଧ୍ୟାପକ, ଗବେଷକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ପଲ୍ଲବ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ୱେବିନାରରେ ଆବାହକ ପ୍ରଫେସର ଶରତ ଚନ୍ଦ୍ର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ପାୟଲ ଅଗ୍ରୱାଲ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଅଧ୍ୟାପକ ରୁଦ୍ରନାରାୟଣ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅଧ୍ୟାପକ ବାଇଧର ଦାସ ଓ ଅଧ୍ୟାପକ ଶୁଭମ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।