ଜାମ୍ମୁ କାଶ୍ମୀର : ୫୦ଟି ପିସିଓ ମାଧ୍ୟମରେ ଲୋକଙ୍କୁ ମିଳିବ ମାଗଣା ଟେଲିଫୋନ ସେବା

ଶ୍ରୀନଗର : କାଶ୍ମୀର ଡିଭିଜନର ପ୍ରତ୍ୟେକ ଜିଲ୍ଲାରେ ଜନସାଧାରଣଙ୍କୁ ମାଗଣା ଟେଲିଫୋନ୍‍ ସେବା ଯୋଗାଇ ଦେବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ଏଥିପାଇଁ ବିଭିନ୍ନ ସ୍ଥାନରେ ପିସିଓ ସ୍ଥାପନ କରାଯାଉଛି। ବୁଧବାରଠାରୁ ପିସିଓ ସ୍ଥାପନ କାର୍ଯ୍ୟ ଆରମ୍ଭ ହୋଇଛି । ସାଧାରଣ ଲୋକ ଏଠାରୁ ମାଗଣାରେ ଟେଲିଫୋନ୍‍ ସେବା ପାଇ ପାରିବେ । ରାଜ୍ୟ ସରକାର ୫୦ଟି ପିସିଓ ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । କାଶ୍ମୀର ଡିଭିଜନ୍‍ର ଡିଭିଜ୍‍ନାଲ୍‍ କମିଶନର୍‍ ବସିର୍‍ ଅହମ୍ମଦ୍‍ ଖାଁ କହିଛନ୍ତି ଏହି ପିସିଓ ସ୍ଥାପନ ହେବା ଦ୍ବାରା ଲୋକମାନଙ୍କର ଅନେକ ସମସ୍ୟା ସମାଧାନ ହୋଇ ପାରିବ ।

ତେବେ କେଉଁ କେଉଁ ସ୍ଥାନରେ ଏହି ପିସିଓ ଗୁଡ଼ିକ ସ୍ଥାପନ କରାଯିବ ତାହା ମଧ୍ୟ ଚୂଡ଼ାନ୍ତ ହୋଇଛି । ଏ ସଂକ୍ରାନ୍ତୀୟ ସବୁ ତାଲିକା ବିଏସ୍‍ଏନ୍‍ଏଲ୍‍କୁ ଯୋଗାଇ ଦିଆଯାଇଛି। ବୁଧବାରଠାରୁ ପିସିଓ ସ୍ଥାପନ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଖୁବ ଶୀଘ୍ର ଏହି କାର୍ଯ୍ୟ ଶେଷ ହେବ।

 

Comments are closed.