ଜାମ୍ମୁ କାଶ୍ମୀର ଜେଲ ମହାନିର୍ଦ୍ଦେଶକଙ୍କ ଗଳା କାଟି ହତ୍ୟା, ସନ୍ଦେହ ଘେରରେ ଘରୋଇ ସହାୟକ

ଡେସ୍କ: ଜାମ୍ମୁ କାଶ୍ମୀର ଜେଲ ମହାନିର୍ଦ୍ଦେଶକ ହେମନ୍ତ କୁମାର ଲୋହିଆଙ୍କ ଗଳା କାଟି ହତ୍ୟା କରାଯାଇଛି। ଗତ ରାତିରେ ଏହି ଘଟଣା ଘଟିଛି। ଜାମ୍ମୁସ୍ଥିତ ତାଙ୍କ ବାସଭବନରେ ୫୭ ବର୍ଷୀୟ ଲୋହିଆଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ପୁଲିସ୍ ମହାନିର୍ଦ୍ଦେଶକ ଦିଲବାଗ ସିଂହ ଏହାକୁ ଏକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ବୋଲି କହିବା ସହ ସହ ଜସିର ନାମକ ତାଙ୍କ ଘରୋଇ ସହାୟକକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରାଯାଇଛି।

ଶ୍ରୀ ସିଂହ କହିଛନ୍ତି, ଗତ ଅଗଷ୍ଟ ମାସରେ ଜେଲ ମହାନିର୍ଦ୍ଦେଶକ ଭାବେ ପଦୋନ୍ନତି ପାଇଥିବା ହେମନ୍ତ କୁମାର ଲୋହିଆଙ୍କ ଶରୀରରେ ସମ୍ପୃକ୍ତ ସହାୟକ ଜଣକ ପୂର୍ବରୁ ନିଆଁ ଲଗାଇବାକୁ ଚେଷ୍ଟା କରିଥିଲା। ଅନ୍ୟପକ୍ଷରେ ଆତଙ୍କବାଦୀ ସଂଗଠନ ‘ପିପୁଲ୍ସ ଆଣ୍ଟି ଫାସିଷ୍ଟ ଫୋର୍ସ’ ମଧ୍ୟ ଏହି ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ ବୋଲି ଦାବି କରିଛି। ତେବେ ଏହି ଘଟଣାରେ ଆତଙ୍କବାଦୀ ବାହିନୀର ସମ୍ପୃକ୍ତି ସମ୍ପର୍କରେ ପୁଲିସ ପକ୍ଷରୁ କୌଣସି ସୂଚନା ମିଳିନାହିଁ।

Comments are closed.