ଗୁରେଜ ଉପତ୍ୟକାର ଲୋକଙ୍କୁ ଘରକୁ ଯିବାକୁ ଅନୁମତି

ସମାଜ ପୋର୍ଟାଲ ଡେସ୍କ: ଜାମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ବାନ୍ଦୀପୁରା ଜିଲ୍ଲା ପ୍ରଶାସନ ଗୁରେଜ ଉପତ୍ୟକାର ଲୋକମାନଙ୍କୁ ସେମାନଙ୍କର ନିଜନିଜର ଘରକୁ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ସେହି ଲୋକମାନେ କୋଭିଡ୍‍ କଟକଣା ସମୟରେ ବାନ୍ଦୀପୁରାଠାରେ ଅଟକି ରହିଥିଲେ। ସେହି ଲୋକମାନଙ୍କୁ ଡାକ୍ତରମାନଙ୍କର ଏକ ଦଳ ପ୍ରଥମେ ଯାଞ୍ଚ କରିଥିଲେ ଓ ଏହାପରେ ସେମାନଙ୍କୁ ଗୃହ ଅଭିମୁଖେ ଯାତ୍ରା କରିବା ପାଇଁ ଅନୁମତି ଦିଆଯାଇଥିଲା। ଗୁରେଜ ଉପତ୍ୟକାର ୬୧୩ ଜଣ ଲୋକ କୋଭିଡ୍‍ ନାଇଣ୍ଟିନ୍‍ କଟକଣା ଯୋଗୁଁ ବାନ୍ଦୀପୁରାଠାରେ ଅଟକି ରହିଥିଲେ।

ସେମାନଙ୍କୁ ୭୫ଟି ଗାଡ଼ିରେ ଯାତ୍ରା କରିବାକୁ ଅନୁମତି ଦିଆଯାଇଥିଲା। ସେହି ଗାଡ଼ିଗୁଡ଼ିକରେ ଯାତ୍ରୀମାନେ ଚଢ଼ିବା ପୂର୍ବରୁ ସେଗୁଡ଼ିକୁ ଜୀବାଣୁମୁକ୍ତ କରାଯାଇଥିଲା। ଚଳିତ ମାସ ପ୍ରାରମ୍ଭରେ ଗୁରେଜ – ବାନ୍ଦୀପୁରା ସଡ଼କକୁ ଯାନବାହାନ ଚଳାଚଳ ପାଇଁ ଯଦିଓ ଖୋଲାଯାଇଥିଲା, ତେବେ କୋଭିଡ୍‍ ନାଇଣ୍ଟିନ୍‍ କଟକଣା ଯୋଗୁଁ ଗୁରେଜ ମଧ୍ୟକୁ ବାହାରୁ କୌଣସି ଲୋକଙ୍କୁ ଆସିବା ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଥିଲା।

Comments are closed.