ପାତ୍ରପୁରରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ, ୨୦୮ ୟୁନିଟ ରକ୍ତ ସଂଗୃହୀତ

ପାତ୍ରପୁର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ଅକ୍ଟୋବର ୨ରୁ ନଭେମ୍ବର ୨ ମଧ୍ୟରେ ବିଜେଡି ତରଫରୁ ଆରମ୍ଭ ହୋଇଥିବା ସାମାଜିକ କାର୍ୟ୍ୟକ୍ରମର ଉଦଯାପିତ ହୋଇଯାଇଛି। ପାତ୍ରପୁର ବ୍ଲକ ଯୁବ ଓ ଛାତ୍ର ବିଜେଡି ତରଫରୁ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜୀବନବିନ୍ଦୁ ରକ୍ତଦାନ ଶିବିର ପାତ୍ରପୁର ରାଜୀବ ଗାନ୍ଧୀ ସେବାକେନ୍ଦ୍ର ସମ୍ମୁଖରେ ଆୟୋଜନ ହୋଇଥିଲା ଏବଂ ଏଥିରେ ମୋଟ ୨୦୮ ୟୁନିଟ ରକ୍ତ ସଂଗୃହୀତ କରାଯାଇଥିଲା। କାର୍ୟ୍ୟକ୍ରମରେ ଚିକିଟି ବିଧାୟିକା ଉଷାଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।  ଜୀବନବିନ୍ଦୁ ସଂଯୋଜକ ସୁବାସ ମହାରଣା ଓ ଜଗନ୍ନାଥ ସାବତ କାର୍ୟ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।

 

ଚିକିଟି ଯୁବରାଜ ଶ୍ରୀରୂପ ଦେଓଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ପାତ୍ରପୁର ବ୍ଲକ ବିଜେଡି ସଭାପତି ରାମନାଥ ପାଣିଗ୍ରାହୀ, ଜିଲ୍ଲା ଯୁବ ବିଜେଡି ସଭାପତି ଭବାନୀ ସାହୁ, ଯୁବ ବିଜେଡି ସମ୍ପାଦକ ସଂଗ୍ରାମ କେଶରୀ ନାୟକ, ସରପଞ୍ଚ ଅମ୍ବିକା ବିଷୋୟୀ ପ୍ରମୁଖ ଉପସ୍ଥତି ଥିଲେ।

Comments are closed.