ଜିରାଙ୍ଗ ବୌଦ୍ଧ ମନ୍ଦିର ୧୦ ଦିନ ବନ୍ଦ

ମୋହନା: ଗଜପତି ଜିଲା ଚନ୍ଦ୍ରଗିରି ନିକଟ ଜିରାଙ୍ଗ ଗ୍ରାମ ଠାରେ ରହିଥିବା ଏସିଆ ମହାଦେଶର ପ୍ରସିଦ୍ଧ ବୌଦ୍ଧ ମନ୍ଦିର ପର୍ଯ୍ୟଟକଙ୍କ ଦର୍ଶନ ପାଇଁ ୧୦ ଦିନ ବନ୍ଦ ରହିବ। ମନ୍ଦିରର ଲାମା ଗୁରୁଜୀ ଟେମ୍ପୋ ଆମ୍ପଲଙ୍କ ସୂଚନା ଅନୁଯାୟୀ ଫେବୃଆରୀ ୨୨ରୁ ମାର୍ଚ୍ଚ ୩ପର୍ଯ୍ୟନ୍ତ ମହାସାଧନ ପୂଜା(ତନ୍ତ୍ର ପୂଜା) ନିମନ୍ତେ ମନ୍ଦିରକୁ ପର୍ଯ୍ୟଟକଙ୍କ ଦର୍ଶନ ଉପରେ କଟକଣା ଜାରୀ କରାଯାଇଛି। ବୌଦ୍ଧଧର୍ମର ନୂତନ ବର୍ଷର ଆରମ୍ଭରେ ପ୍ରତ୍ୟେକ ବର୍ଷ ଏହି ପୂଜାର ଆୟୋଜନ କରାଯାଇଥାଏ। ଏଣୁ ମନ୍ଦିରକୁ ୧୦ ଦିନ ନିମନ୍ତେ ଦର୍ଶନ ପାଇଁ ଭକ୍ତଙ୍କୁ ବାରଣ କରାଯାଇଥାଏ।