ଜିଓଫୋନ ନେକ୍ସଟ୍ ବୁକିଂ ଆରମ୍ଭ

ଭୁବନେଶ୍ୱର: ଭାରତର ସର୍ବବୃହତ ଦୂରସଂଚାର କମ୍ପାନୀ ରିଲାଏନ୍ସ ଜିଓର ବହୁ ପ୍ରତୀକ୍ଷିତ ଜିଓଫୋନ ନେକ୍ସଟ ବଜାରରେ ଦମଦାର ଢଙ୍ଗରେ ପ୍ରବେଶ କରିଛି । ଏହାର ବୁକିଂ ଆରମ୍ଭ ହୋଇଯାଇଛି ଏବଂ ଫୋନ ଦୀପାବଳିରୁ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ । ଏହି ସ୍ମାର୍ଟଫୋନକୁ ଜିଓ, ଗୁଗଲ ସହିତ ମିଶି ଡିଜାଇନ କରିଛି । ଗୁଗଲର ନୂଆ ଆଣ୍ଡ୍ରଏଡ୍ ଭିତିକ ଅପରେଟିଂ ସିଷ୍ଟମ ‘ପ୍ରଗତି’ ଏବଂ କ୍ୱାଲକମ୍‌ର ଶକ୍ତିଶାଳୀ ପ୍ରୋସେସର ସହିତ ଜିଓଫୋନ ନେକ୍ସଟ ବୈଶିଷ୍ଟ୍ୟ ଦୃଷ୍ଟିକୋଣରୁ ଯଥେଷ୍ଟ ଆଗରେ ରହିଛି । ପ୍ରବେଶ ସ୍ତରର କୌଣସି ଫୋନରେ ଦେଶରେ ପ୍ରଥମ ଥର ପାଇଁ ଉପଭୋକ୍ତା ଋଣ ସୁବିଧା ପ୍ରଦାନ କରାଯାଉଛି । ଦେଶରେ ପ୍ରାୟ ୩୦ କୋଟି ୨ଜି ଗ୍ରାହକ ରହିଛନ୍ତି ଏବଂ ଜିଓ ତାହାର ଜିଓଫୋନ ନେକ୍ସଟ ଦ୍ୱାରା ଏହି ଗ୍ରାହକଙ୍କ ମଧ୍ୟରୁ ସଂଖ୍ୟାଧିକଙ୍କୁ ନିଜ ଆଡକୁ ଆକର୍ଷିତ କରିପାରିବ । ରିଲାଏନ୍ସ ଅଧ୍ୟକ୍ଷ୍ୟ ମୁକେଶ ଅମ୍ବାନି ପୂର୍ବରୁ ୨ଜି ମୁକ୍ତ ଭାରତ ଆହ୍ୱାନ ଦେଇ ନିଜର ରଣନୀତି ପ୍ରକାଶ କରିସାରିଛନ୍ତି । ଜିଓଫୋନ ନେକ୍ସଟରେ ସ୍ମାର୍ଟଫୋନର ସମସ୍ତ ପ୍ରକାରର ଅତ୍ୟାଧୁନିକ ବୈଶିଷ୍ଟ୍ୟ ଭରି ରହିଛି, ସେହି ସମୟରେ ଜିଓ ୨ଜି ଗ୍ରାହକଙ୍କୁ ୪ଜି ଆଡକୁ ଆକର୍ଷିତ କରିବାକୁ ଏହି ହ୍ୟାଣ୍ଡସେଟ ମୂଲ୍ୟ କମ୍ ରଖିବାର ପ୍ରଚେଷ୍ଟା କରିଛି ।

Comments are closed.