ଜିଓକୁ ପୂରିଲା ୪ ବର୍ଷ : ମୋବାଇଲ ଗ୍ରାହକ ୪୦ କୋଟି

ଭୁବନେଶ୍ୱର: ଆଜିକୁ ୪ ବର୍ଷ ପୂର୍ବେ ରିଲାଏନ୍ସ ଜିଓ ଭାରତରେ ମୋବାଇଲ ସେବା ଆରମ୍ଭ କରିଥିଲା । ସେତେବେଳେ ବହୁତ କମ ଲୋକ ଭାବି ପାରିଥିଲେ ଜିଓ ଚାରି ବର୍ଷ ଭିତରେ ଭାରତରେ ଡାଟା ବ୍ୟବହାର କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣି ଭାରତକୁ ମୋବାଇଲ ଡାଟା ବ୍ୟବହାରରେ ସେତେବେଳର ୧୫୫ ସ୍ଥାନରୁ ଆଣି ଏକ ନମ୍ବର ସ୍ଥାନରେ ପହଞ୍ଚାଇବ । ଟ୍ରାଇ ତଥ୍ୟ ଅନୂଯାୟୀ ବତ୍ତମାନ ଭାରତରେ ବ୍ୟବହାର ହେଉଥିବା ମୋଟ ୪ଜି ଡାଟା ବ୍ୟବହାର ଆମେରିକା ଓ ଚୀନ୍ ଲୋକେ ମିଳିତ ଭାବେ ବ୍ୟବହାର କରୁଥିବା ୪ଜି ଡାଟା ପରିମାଣଠାରୁ ଅଧିକ ରହିଛି ।  ଏରିକ୍‌ସନ୍ ମୋବିଲିଟିର ଏକ ରିପୋର୍ଟ ଅନୂଯାୟୀ ୨୦୧୫ ରେ ଭାରତର ମୋବାଇଲ୍ ଡାଟା ଟ୍ରାଫ୍‌କ୍ ମାସକୁ ୩୦ ଜିବି ରହିଥିବା ବେଳେ ୨୦୨୦ ରେ ଏହା ୧୯୦୦ ପ୍ରତିଶତ ବୃଦ୍ଧିପାଇ ମାସକୁ ୬୦୦ କୋଟି ଜିବିରେ ପହଞ୍ଚିଛି ।
ଏହି ଚାରି ବର୍ଷ ମଧ୍ୟରେ ଜିଓ ଭାରତରେ ୪୦ କୋଟି ମୋବାଇଲ ଗ୍ରାହକ ହାସଲ କରିବା ସହ ବର୍ତ୍ତମାନ ଏକ ନମ୍ବର ସ୍ଥାନରେ ପହଞ୍ଚିଛି । ସେହିଭଳି ଏକ ଜିବି ଡାଟାର ମୂଲ୍ୟ ୨୦୧୬ରେ ୧୮୫ରୁ ୨୦୦ ଟଙ୍କା ମଧ୍ୟରେ ରହିଥିବା ବେଳେ ଟ୍ରାଇର ଟେଲିକମ୍ କ୍ଷେତ୍ରର ପ୍ରଦର୍ଶନ ରିପୋର୍ଟ ଅନୁଯାୟୀ ଏହା ପ୍ରାୟ ଜିବି ପ୍ରତି ୧୨ ଟଙ୍କାରେ ପହଞ୍ଚିଛି । ସେହିଭଳି ଭଏସ୍ କଲ୍‌ରେ ମଧ୍ୟ ଦୁଇଗୁଣ ବୃଦ୍ଧି ଘଟି ଏହା ପ୍ରିତ ଉପଭୋକ୍ତା ପିଛା ମାସକୁ ୩୬୬ ମିନିଟ୍‌ରୁ ବୃଦ୍ଧି ପାଇ ୭୧୨ ମିନିଟ୍‌ରେ ପହଞ୍ଚିଥିବା ଟ୍ରାଇ ରିପୋର୍ଟରୁ ଜଣାପଡିଛି ।

ସେହିଭଳି ଏହି ଚାରି ବର୍ଷମଧ୍ୟରେ ଗ୍ରାମାଞ୍ଚଳରେ ଇଣ୍ଟରନେଟ୍ ଓ ମୋବାଇଲ୍ ବ୍ରଡବ୍ୟାଣ୍ଡ୍‌ର ସୁଫଳ ପହଞ୍ଚାଇବାରେ ଜିଓ ପ୍ରମୁଖ ଭୁମିକା ଗ୍ରହଣ କରିଛି ।  ଜିଓର ଶସ୍ତା ୪ଜି ଫୋନ୍ ଜିଓଫୋନ୍ ଜରିଆରେ ଗ୍ରାମାଞ୍ଚଳରେ ଇଣ୍ଟରନେଟ୍ ବ୍ୟବହାର ସୁଲଭ ଓ ପରିବ୍ୟାପ୍ତ ହୋଇଛି । ଭାରତରେ ପ୍ରାୟ ୧୦ କୋଟି ଜିଓଫୋନ୍ ଉପଭୋକ୍ତା ରହିଛନ୍ତି । ଟ୍ରାଇ ତଥ୍ୟ ଅନୁଯାୟୀ ୨୦୧୬ରେ ଗ୍ରାମାଞ୍ଚଳରେ ପ୍ରାୟ ୧୨ କୋଟି ଲୋକ ଡାଟା ବ୍ୟବହାର କରୁଥିବା ବେଳେ ଏହି ସଂଖ୍ୟା ଏବେ ପ୍ରାୟ ୨୭ କୋଟିରେ ପହଞ୍ଚିଛି ।ଏକ ରିପୋର୍ଟ ଅନୂଯାୟୀ ୨୦୧୬ ରେ ଭାରତରେ ୬.୫୫ ବିଲିଅନ୍ ଆପ୍ପ ଡାଉନ୍‌ଲୋଡ୍ ହୋଇଥିବାବେଳ ଏହି ସଂଖ୍ୟା ୨୦୧୯ ବର୍ଷରେ ୧୯ ବିଲିଅନ୍‌ରେ ପହଞ୍ଚିଛି । ଅର୍ଥାତ ଭାରତରେ ପ୍ରତି ସେକେଣ୍ଡରେ ୨୦୧୯ରେ ୬୦୨ ଆପ୍ ଡାଉନ୍‌ଲୋଡ୍ ହୋଇଛି ।
ଓଡିଶାରେ ଜିଓ: ଦେଶର ଅନ୍ୟ ସ୍ଥାନଭଳି ଓଡିଶାରେ ମଧ୍ୟ ୨୦୧୬ ସେପ୍ଟେମ୍ବର ୫ ରେ ଜିଓ ବ୍ୟବସାୟିକ ସେବା ଆରମ୍ଭ କରିଥିଲା । ବିଗତ ଚାରିବର୍ଷ ମଧ୍ୟରେ ଜିଓ ଅନ୍ୟ ସମସ୍ତ ଟେଲିକମ୍ ଅପରେଟରମାନଙ୍କୁ ପଛରେ ପକାଇ ଉଭୟ ଗ୍ରାହକ ସଂଖ୍ୟା ଓ ରାଜସ୍ୱରେ ଓଡିଶାରେ ଏକ ନମ୍ବର ସ୍ଥାନ ହାସଲ କରିଛି ।
ନିକଟରେ ଟ୍ରାଇ ପକ୍ଷରୁ ପ୍ରକାଶିତ ଆର୍ଥିକ ରିପୋର୍ଟ ଅନୂଯାୟୀ ଓଡିଶାରେ ଟେଲିକମ୍ କ୍ଷେତ୍ରର ମୋଟ ରାଜସ୍ୱର ୫୦% ରୁ ଉର୍ଦ୍ଧ୍ୱ ହାସଲ କରିଛି ଜିଓ । ସେହିଭଳି ରାଜ୍ୟର ମୋଟ ୩.୩ କୋଟି ମୋବାଇଲ୍ ଉପଭୋକ୍ତାଙ୍କ ମଧ୍ୟରୁ  ୧.୨୯ କୋଟି ମୋବାଇଲ୍ ଗ୍ରାହକଙ୍କ ସହ ଜିଓ ଏକ ନମ୍ବର ସ୍ଥାନ ହାସଲ କରିଛି ।
ଜିଓ ସହିତ ଆସିଥିବା ଡାଟା କ୍ରାନ୍ତି ବଳରେ ଓଡିଶାରେ ମୋବାଇଲ୍ ଡାଟା ବ୍ୟବହାରରେ ମଧ୍ୟ ଏହି ଚାରି ବର୍ଷ ମଧ୍ୟରେ ବ୍ୟାପକ ବୃଦ୍ଧି ଘଟିଛି । ଟ୍ରାଇର ସେପ୍ଟେମ୍ବର ୨୦୧୯ ପ୍ରଦର୍ଶନ ରିପୋର୍ଟ ତଥ୍ୟ ଅନୁସାରେ ଓଡିଶାରେ ୨୦୧୬ ସେପ୍ଟେମ୍ବରରେ ମୋବାଇଲ୍ ବ୍ରଡବ୍ୟାଣ୍ଡ୍ ବ୍ୟବହାରକାରୀଙ୍କ ସଂଖ୍ୟା ୪୧.୪ ଲକ୍ଷ ରହିଥିବା ବେଳେ ୨୦୧୯ ସେପ୍ଟେମ୍ବର ସୁଦ୍ଧା ଏହା ଏକ କୋଟି ୫୭ ଲକ୍ଷରେ ପହଞ୍ଚିଥିଲା । ତେବେ ଗ୍ରାମଞ୍ଚଳରେ ମୋବାଇଲ୍ ବ୍ରଡ୍‌ବ୍ୟାଣ୍ଡ୍ ବ୍ୟବହାରକାରଙ୍କ ସଂଖ୍ୟାରେ ଏହି ଚାରିବର୍ଷ  ମଧ୍ୟରେ ଦଶଗୁଣରୁ ଅଧିକ ବୃଦ୍ଧି ଘଟି ଏହି ସଂଖ୍ୟା ୨୦୧୬ ସେପ୍ଟେମ୍ବରରେ ଆଠ ଲକ୍ଷ ସତୁରି ହଜାରରୁ ବୃଦ୍ଧିପାଇ ୨୦୧୯ ସେପ୍ଟମ୍ବରରେ ୯୦ ଲକ୍ଷରେ ପହଞ୍ଚିଥିବା ଟ୍ରାଇ ପ୍ରକାଶ କରିଛି ।

Comments are closed.