ଜିଓ ଫାଇବରର ନୂଆ ଟାରିଫ୍ ପ୍ଲାନ୍ ‘ନୂଆ ଭାରତର ନୂଆ ଜୋଶ୍‌’

ମୁମ୍ବାଇ: ଜିଓ ଫାଇବର୍ ପକ୍ଷରୁ ଏହାର ଟାରିଫ୍ ପ୍ଲାନ୍‌ଗୁଡିକର ପୁନର୍ବିନ୍ୟାସ କରାଯାଇଛି । ବର୍ତ୍ତମାନର ଆହ୍ୱାନପୂର୍ଣ୍ଣ ସମୟରେ ଯେତେବେଳେ ଭରସାଯୋଗ୍ୟ ଇଣ୍ଟରନେଟ୍ ସଂଯୋଗ ଏକ ଆବଶ୍ୟକ ନିୟମରେ ପରିଣତ ହୋଇଛି, ସେତେବେଳେ ଏହି ନୂତନ ଟାରିଫ୍ ପ୍ଲାନ୍‌ଗୁଡ଼ିକ ଗ୍ରାହକଙ୍କୁ ସର୍ବାଧିକ ସୁଲଭତା ପ୍ରଦାନ କରୁଛି । ନୂଆ ଜିଓ ଫାଇବର ପ୍ଲାନ୍‌ଗୁଡିକରେ ରହିଛି ବାସ୍ତବ ଅସୀମିତ ଇଣ୍ଟରନେଟ୍‌, ବେଗର ସମାନତା (ସମାନ ଅପ୍‌ଲୋଡ୍ ବେଗ ଓ ଡାଉନ୍‌ଲୋଡ୍ ବେଗ) । ମାସିକ ମାତ୍ର ୩୯୯ ଟଙ୍କାରୁ ଆରମ୍ଭ ପ୍ଲାନ୍‌ ସମୂହ ଏବଂ ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ ୧୨ଟି ଶ୍ରେଷ୍ଠ ପେଡ୍ ଓଟିଟି ଆପ୍‌ର ସବ୍‌ସ୍କ୍ରିପ୍‌ସନ୍ । ଏ ସମ୍ପର୍କରେ ଜିଓ ନିର୍ଦେଶକ ଆକାଶ ଅମ୍ବାନୀ କହିଛନ୍ତି ଯେ, ନିୟୁତାଧିକ ଘରେ ସଂଯୋଗ ପ୍ରଦାନ ସହିତ ଜିଓଫାଇବର ଦେଶର ସର୍ବବୃହତ ଫାଇବର୍ ପ୍ରଦାନକାରୀ ହୋଇସାରିଛି, ମାତ୍ର ଭାରତ ଓ ଭାରତୀୟଙ୍କ ପାଇଁ ଆମର ଲକ୍ଷ୍ୟ ବହୁତ ବଡ଼ । ଆମେ ଫାଇବରକୁ ପ୍ରତିଟି ଘରେ ପହଞ୍ଚାଇବାକୁ ଏବଂ ପରିବାରର ପ୍ରତିଟି ସଦସ୍ୟଙ୍କୁ ସଶକ୍ତ କରିବାକୁ ଚାହୁଁଛୁ । ଜିଓ ଫାଇବର ଗ୍ରାହକଙ୍କୁ ବିନା ସର୍ତ୍ତରେ ୩୦ ଦିନ ମାଗଣା ପରୀକ୍ଷଣ ସୁଯୋଗ ଦେଉଛି ।

Comments are closed.