ଦେଶର ଏହି ସହରମାନଙ୍କରେ ୫ଜି ସେବା ଆସନ୍ତାକାଲି (ବୁଧବାର) ଆରମ୍ଭ

– ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରାଣାସୀରେ ବିଟା ପରୀକ୍ଷଣ ସେବା ଆରମ୍ଭ ହେବ
– ଜିଓ ଟ୍ରୁ-୫ଜି ୱେଲକମ୍ ଅଫର କେବଳ ନିମନ୍ତ୍ରଣ ଅନୁସାରେ
– ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରାଣାସୀର ନିର୍ଦିଷ୍ଟ କିଛି ଗ୍ରାହକଙ୍କୁ ଏହି ସେବା ମିଳିବ
– ଅଫରରେ ବ୍ୟବହାରକାରୀଙ୍କୁ ୧ ଜିବିପିଏସ୍ ପର୍ଯ୍ୟନ୍ତର ସ୍ପିଡ୍ ଓ ଅସୀମିତ ୫ଜି ଡାଟା ମିଳିବ

ଭୁବନେଶ୍ୱର: ଜିଓ ବ୍ୟବହାରକାରୀମାନଙ୍କ ପାଇଁ ଖୁସି ଖବର । ରିଲାଏନ୍ସ ଜିଓର ଟ୍ରୁ-୫ଜି ସେବାର ବିଟା ପରୀକ୍ଷଣ ଦଶହରାରୁ ଆରମ୍ଭ ହେଉଛି । ଏହି ସେବା ଦେଶର ଚାରି ସହର ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରାଣାସୀରେ ଆରମ୍ଭ କରାଯିବ । ଏହି ସେବା ଏବେ କେବଳ ନିମନ୍ତ୍ରଣ ଆଧାରରେ ପ୍ରଦାନ କରାଯିବ, ଅର୍ଥାତ ନିର୍ଦିଷ୍ଟ କିଛି ଜିଓ ଗ୍ରାହକଙ୍କୁ ଏହି ସେବା ବ୍ୟବହାର କରିବା ଲାଗି ଆମନ୍ତ୍ରଣ କରାଯିବ ।

ଗ୍ରାହକମାନଙ୍କୁ ଏହା ସହିତ ୱେଲକମ୍ ଅଫର ବି ମିଳିବ ଯେଉଁଥିରେ ସେମାନଙ୍କୁ ୧ ଜିବିପିଏସ୍ ପର୍ଯ୍ୟନ୍ତର ସ୍ପିଡ୍ ଓ ଅସୀମିତ ୫ଜି ଡାଟା ମିଳିବ । ଆମନ୍ତ୍ରିତ ଗ୍ରାହକମାନେ ଏହି ଜିଓ ଟ୍ରୁ-୫ଜିର ଅନୁଭୂତି ହାସଲ କରିବେ ଏବଂ ସେମାନଙ୍କ ଅନୁଭବ ଆଧାରରେ କଂପାନି ବିସ୍ତୃତ ୫ଜି ସେବାର ଶୁଭାରମ୍ଭ କରିବ ।

“ଉଇ କେୟାର’ ଅର୍ଥାତ ଆମେ ଆପଣଙ୍କ ଯତ୍ନ ନେବୁ, ଜିଓ ଟ୍ରୁ-୫ଜି ସେହି ମୂଳ ମନ୍ତ୍ର ଉପରେ ତିଆରି ହୋଇଛି । ଶିକ୍ଷା, ସ୍ୱାସ୍ଥ୍ୟ ସେବା, କୃଷି, କୌଶଳ ବିକାଶ, କ୍ଷୁଦ୍ର, ମଧ୍ୟମ ଓ ବୃହତ଼ ଉଦ୍ୟୋଗ, ଆଇଓଟି, ସ୍ମାର୍ଟ ହୋମ୍ ଓ ଗେମିଂ ଭଳି କ୍ଷେତ୍ରକୁ ଏହା ସମ୍ପୂର୍ଣ୍ଣ ବଦଳାଇ ଦେବ ଏବଂ ୧୪୦ କୋଟି ଭାରତୀୟଙ୍କ ଉପରେ ତାହାର ସିଧାସଳଖ ପ୍ରଭାବ ପଡ଼ିବ ।

ଜିଓ ୫ଜି ୱେଲକମ୍ ଅଫରକୁ ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରାଣାସୀରେ ଆମନ୍ତ୍ରଣ ଜରିଆରେ ଜିଓ ଗ୍ରାହକଙ୍କ ପାଇଁ ଉପଲବ୍ଧ କରାଯିବ । ସେହି ଗ୍ରାହକମାନଙ୍କୁ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍ ସହ ଅସୀମିତ ୫ଜି ଡାଟା ମିଳିବ । ଯେତେବେଳେ ଅନ୍ୟ ସହରଗୁଡ଼ିକରେ ପ୍ରସ୍ତୁତି ଶେଷ ହେବ ସେହି ସହରଗୁଡ଼ିକୁ ବିଟା ପରୀକ୍ଷଣ ସେବାର ସମ୍ପ୍ରସାରଣ କରିବା ବିଷୟରେ ଘୋଷଣା କରାଯିବ । ସହରର ନେଟୱର୍କ ପର୍ଯ୍ୟାପ୍ତ ଭାବେ ସୁଦୃଢ଼ ନହେବା ପର୍ଯ୍ୟନ୍ତ ବ୍ୟବହାରକାରୀମାନେ ଏହି ବିଟା ପରୀକ୍ଷଣର ଲାଭ ଉଠାଇପାରିବେ । ଆମନ୍ତ୍ରିତ ଜିଓ ୱେଲକମ୍ ଅଫର ବ୍ୟବହାରକାରୀମାନଙ୍କୁ ନିଜ ଜିଓ ସିମ୍ ବଦଳାଇବାକୁ ପଡ଼ିବ ନାହିଁ । କେବଳ ସେମାନଙ୍କ ମୋବାଇଲ୍ ୫ଜି ହୋଇଥିବା ଦରକାର । ଜିଓ ଟ୍ରୁ-୫ଜି ସେବା ସ୍ୱୟଂକ୍ରିୟ ଭାବେ ଅପ୍‌ଗ୍ରେଡ୍ ହୋଇଯିବ । ଚୟନ କରିବା ନିମନ୍ତେ ଗ୍ରାହକମାନଙ୍କ ପାଇଁ ୫ଜି ଡିଭାଇସ୍‌ର ବ୍ୟାପକ ବର୍ଗମାଳା ଉପଲବ୍ଧ କରାଇବା ଲାଗି ସବୁ ହ୍ୟାଣ୍ଡ୍‌ସେଟ୍ ବ୍ରାଣ୍ଡ୍ ସହ ମିଶି ଜିଓ କାର୍ଯ୍ୟ କରୁଛି ।

 

ଏହି ଅବସରରେ ରିଲାଏନ୍ସ ଜିଓ ଇନଫୋକମ୍‌ର ଅଧ୍ୟକ୍ଷ ଆକାଶ ଅମ୍ବାନି କହିଛନ୍ତି ଯେ, “ଆମ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଭାରତ ଭଳି ଏକ ବଡ଼ ଦେଶରେ ସବୁଠୁ ଦ୍ରୁତ ଗତିରେ ୫ଜି ସେବା ଆରମ୍ଭ କରିବା ଲାଗି ଜିଓ ଯୋଜନା ପ୍ରସ୍ତୁତ କରିଛି । ଜିଓ ୫ଜି ଏକ ଟ୍ରୁ-୫ଜି ହେବ ଏବଂ ଆମେ ଭାବୁଛୁ ଯେ ଟ୍ରୁ-୫ଜି ଠାରୁ କମ୍ ପାଇଁ ଭାରତ ହକଦାର ନୁହେଁ । ଜିଓ ୫ଜି ଦୁନିଆର ସବୁଠୁ ଉନ୍ନତ ୫ଜି ନେଟ୍‌ୱର୍କ ହେବ ଯାହାକୁ ଭାରତୀୟମାନେ ଭାରତୀୟମାନଙ୍କ ଲାଗି ପ୍ରସ୍ତୁତ କରିଛନ୍ତି । ୫ଜି ଏଭଳି ଏକ ସେବା ହେବ ଯାହା କେବଳ କିଛି ବିଶିଷ୍ଟ ଲୋକଙ୍କ ପାଇଁ କିମ୍ବା କିଛି ବଡ଼ ସହର ମଧ୍ୟରେ ଉପଲବ୍ଧ ହେବାରେ ସୀମିତ ରହିବ ନାହିଁ । ଏହା ସାରା ଦେଶର ସବୁ ନାଗରିକ, ସବୁ ଘର ଏବଂ ସବୁ ବ୍ୟବସାୟ ପାଇଁ ଉପଲବ୍ଧ ହେବା ଦରକାର । ତାହା ହେଲେ ଆମେ ସମ୍ପୂର୍ଣ୍ଣ ଆର୍ଥିକ ବ୍ୟବସ୍ଥାରେ ଉତ୍ପାଦକତା, ଆୟ ଏବଂ ଜୀବନ ଧାରଣ ମାନରେ ପରିବର୍ତନ ଆଣିପାରିବା ।’’

Comments are closed.