ବାଇଡେନଙ୍କୁ ଜିନ୍‌ପିଙ୍ଗଙ୍କ ଅଭିନନ୍ଦନ

ବେଜିଂ : ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ। ମିଡିଆ ରିପୋର୍ଟ ଅନୁଯାୟୀ ଜିନପିଙ୍ଗ ଏକ ଟେଲିଗ୍ରାମ ବାର୍ତ୍ତାରେ ବାଇଡେନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଜିନ୍‌ପିଙ୍ଗ କହିଛନ୍ତି ଯେ ପାରସ୍ପରିକ ବୁଝାମଣା ସହିତ ବିଶ୍ବ ଶାନ୍ତି ଓ ବିକାଶ ନିମନ୍ତେ ଉଭୟ ମିଳିମିଶି କାର୍ଯ୍ୟ କରିବେ। ବାଇଡେନଙ୍କ ନିର୍ବାଚନକୁ ଚୀନ ଗ୍ରହଣ କରିପାରୁ ନଥିବାବେଳେ ଦୁଇଦିନ ତଳେ ଜଣେ ସରକାରୀ ପରାମର୍ଶଦାତା ତାଙ୍କୁ ଦୁର୍ବଳ ରାଷ୍ଟ୍ରପତି କହି ସମାଲୋଚନା କରିଥିଲେ। ଏହା ସହିତ ଦୁଇଦେଶ ମଧ୍ୟରେ ବାଣିଜ୍ୟିକ ଓ ସାମରିକା ସମ୍ପର୍କରେ ତିକ୍ତତା ଲାଗି ରହିଛି। ନଭେମ୍ବର ପ୍ରଥମ ସପ୍ତାହରୁ ବାଇଡେନଙ୍କ ବିଜୟ ନିଶ୍ଚିତ ହୋଇଥିବାବେଳେ ଭାରତ ସମେତ ଅନେକ ରାଷ୍ଟ୍ର ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ତେବେ ଦୁଇ ସପ୍ତାହର ବିଳମ୍ବରେ ଚୀନ ତାଙ୍କୁ ଅଭିନନ୍ଦନ ଜଣାଇଛି।

Comments are closed.