ଅଜଣା ଅଟୋ ଧକ୍କାରେ ବାଇକ ଚାଳକର ମୃତ୍ୟୁ

ଝୁମ୍ପୁରା:ଝୁମ୍ପୁରା ବ୍ଲକ ବାରିଆ ଥାନା ଅନ୍ତର୍ଗତ ଧୁନୁର୍ଜପୁର ସ୍କୁଲ ନିକଟରେ ଏକ ବାଇକ ଚାଳକକୁ ଏକ ଅଜଣା ଅଟୋ ଧକ୍କା ଦେବା ଫଳରେ ବାଇକ ଚାଳକର ମୃତ୍ୟୁ ହୋଇଥିବା ଜଣାଯାଇଛି। ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଗୁଡିପୋଖରୀ ଗ୍ରାମର କୈଶିକ ନାଏକଙ୍କ ପୁଅ ଜଗଦିଶ ନାଏକ(୨୬) ଯୋଡା ନିମଟସ୍ଥ ଜୁରୁଡି ଠାରେ ରହିଥିବା ଓଏମସିରେ ଡାଟା କାର୍ଯ୍ୟକରି ଆସୁଥିଲେ। ମଙ୍ଗଳବାର ଦିନ ଜଗଦିଶ ନିଜର ବାଇକ ମାଧ୍ୟରେ ଗୁଡିପୋଖରୀରୁ ଜୁରୁଡି ଯାଉଥିବା ବେଳେ ଧନୁର୍ଜୟପୁର ଠାରେ ପହଞ୍ଚିଥିବା ବେଳେ ଏକ ଅଜଣା ଅଟୋ ଧକ୍କା ଦେଇଥିଲା।

 

ସ୍ଥାନୀୟ ଲୋକ ଗୁରୁତ୍ୱର ଅବସ୍ଥାରେ ଜଗଦିଶକୁ ଝୁମ୍ପୁରା ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ପଠାଇଥିଲେ କିନ୍ତୁ ଡାକ୍ତର ଜଗଦିଶକୁ ମୃତ ଘୋଷଣା କରିଥିଲେ। ସଡକ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ଖବର ପାଇ ବାରିଆ ପୁଲିସ ଝୁମ୍ପୁରା ଡାକ୍ତରଖାନାରେ ପହଞ୍ଚି ଶବକୁ ଜବଦ କରିବା ସହିତ ଏକ ମାମଲା ରୁଜ୍ଜୁ କରିବା ପରେ ଶବ ବ୍ୟବଚ୍ଛେଦ କରିବା ପାଇଁ ପଠାଇଥିବା ଜଣାଯାଇଛି। ମୃତ ଯୁବକଙ୍କ ପରିବାରକୁ ଆର୍ଥିକ ସାହାର୍ଯ୍ୟ ଯୋଗାଇ ଦେବାକୁ ଜନସାଧାରଣରେ ମତ ପ୍ରକାଶ ପାଉଛି।

Comments are closed.