ଅଙ୍ଗନବାଡି କେନ୍ଦ୍ର ପାଲଟିଛି ଠିକାଦାରଙ୍କ ରହଣି ସ୍ଥଳ

ଝୁମ୍ପୁରା: ସଂପ୍ରତି ଅଙ୍ଗନବାଡି କେନ୍ଦ୍ର ଗୁଡିକୁ କେନ୍ଦ୍ର ସରକାର ଠାରୁ ଆରମ୍ଭ କରି ରାଜ୍ୟସରକାର ପର୍ଯ୍ୟନ୍ତ ବିଶେଷ ପ୍ରଧାନ୍ୟ ଦେବା ସହିତ ଅଙ୍ଗନବାଡି କେନ୍ଦ୍ରରେ କୁନି କୁନି ପିଲାଙ୍କୁ ପ୍ରାକ୍‍ ଶିକ୍ଷା ପ୍ରଦାନ କରିବା ସହିତ ପୃଷ୍ଟିକର ଖାଦ୍ୟ ଠାରୁ ଆରମ୍ଭ କରି ଗର୍ଭବତୀ ପ୍ରସୂତି ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଟିକା କରଣର ବ୍ୟବସ୍ଥା କରିଛନ୍ତି। ଯେଉଁ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ଗୃହ କିମ୍ବା ପାନୀୟ ଜଳର ସୁବିଧା ନାହିଁ ସେହି ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ଅମ୍ବାଡିସି ଯୋଜନାରୁ ତୁରନ୍ତ ଘର ଯୋଗାଇବା ସହିତ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରୁଛନ୍ତି। କିନ୍ତୁ ଦୁଃଖର ବିଷୟ ଅଙ୍ଗନାଡି କେନ୍ଦ୍ର ଗୁଡିକୁ ଅଙ୍ଗନବାଡି ବାଡି କର୍ମୀ ମାନେ ସଠିକ କାର୍ଯ୍ୟରେ ନ ଲଗାଇ କେନ୍ଦ୍ର ଗୁଡିକରେ ଠିକାଦାର ମାନଙ୍କୁ ଭତ୍ତା ସୂତ୍ରରେ ପ୍ରଦାନ କରୁଥିବା ଦେଖିବାକୁ ମିଳିଛି ଖୋଦ ଝୁମ୍ପୁରା ବ୍ଲକରେ।

ଝୁମ୍ପୁରା ପଞ୍ଚାୟତର ବିଷ୍ଣପୁର ମୁଣ୍ଡା ସାହି ୪ (କ) ଅଙ୍ଗନବାଡି କେନ୍ଦ୍ର ଏବେ ଠିକାଦାର ମିସ୍ତ୍ରୀ ଅଧିନରେ ରହିଛି। ସରକାର ଅନୁଷ୍ଠାନ ଗଢିବା ସହିତ ଅନୁଷ୍ଠାନ ଗୁଡିକ କିପରୀ ସରସ ସୁନ୍ଦର ହେବା ସହିତ ଅଙ୍ଗନବାଡି କେନ୍ଦ୍ର ପରିସର ମଧ୍ୟ ଫୁଲ ବଗିଚା ଠାରୁ ଆରମ୍ଭ କରି ବିଭିନ୍ନ ଶିକ୍ଷଣୀୟ ଉପଦେଶ ତା ସହିତ ପନିପନିବା ଗଛ, କୁନି କୁନି ପିଲାମାନଙ୍କ ଖେଳକୁଦ ନିମନ୍ତେ ଦୋଳି ଠାରୁ ଆରମ୍ଭ କରି ଅନ୍ୟ ସବୁର ବ୍ୟବସ୍ଥା କରୁଛନ୍ତି। କିନ୍ତୁ ବିଷ୍ଣୁପୁର ମୁଣ୍ଡାସାହି ୪(କ) ଅଙ୍ଗନବାଡି କେନ୍ଦ୍ରକୁ କର୍ମୀ ଜଣକ କିପରୀ ଠିକାଦାରଙ୍କର ମସ୍ତ୍ରୀ ମାନଙ୍କୁ ରହିବାକୁ ଅନୁମତୀ ପ୍ରଦାନ କଲେ ବୋଲି ଏଠାରେ ଆଲୋଚନା ହେଉଛି। ଅଙ୍ଗନବାଡି କେନ୍ଦ୍ରରେ ମସ୍ତ୍ରୀ ମାନେ ରହି କେନ୍ଦ୍ରକୁ ଅସନା କରିବା ସହିତ ପ୍ରଶାସନ ପକ୍ଷରୁ ଲେଖାଯାଇଥିବା ଗାଁ କଲ୍ୟାଣ ସମିତର ଲେଖା ଠାରୁ ଆରମ୍ଭ କରି ପ୍ରସୂତି, ଗର୍ଭବତୀ,ମମତା ଯୋଜନା, ଜନ୍ମରୁ ୬ ମାସର ପିଲାଙ୍କ ମାନଙ୍କ ପାଇଁ ରହିଥିବା ସୂଚନା ଉପରେ ପାନ ଛେପ ପକାଇ ଅସନା କରି ସରକାରଙ୍କ ଯୋଜନାକୁ ପାନଛେପ ପକାଇ ଉପହାସ କରି ଚାଲିଛି।

ଅଙ୍ଗନବାଡି କେନ୍ଦ୍ରରେ ଠିକାଦାରଙ୍କ ମିସ୍ତ୍ରୀ ରହୁଥିବା ସମ୍ପର୍କରେ ଦାୟିତ୍ୱରେ ରହିଥିବା ମହିଳା ପରିଦର୍ଶିକା, ଶିଶୁ ବିକାଶ ଅଧିକାରୀଣୀ ଜାଣି ମଧ୍ୟ କାହା ଚାପରେ ମୁଣ୍ଡ ନୁଆଁଇ ରହିଛନ୍ତି ବୋଲି ଆଲୋଚନା ଦିନକୁ ଦିନ ଜୋର ଧରୁଛି। ଏ ସମ୍ପର୍କରେ ଦାୟିତ୍ୱରେ ରହିଥିବା ମହିଳା ପରିଦର୍ଶିକା ମାନସୀ ଦାସଙ୍କ ସହିତ ଯୋଗା ଯୋଗ କରିବାରୁ ସେ କହନ୍ତି ମୁଁ କଣ ହୋଇଛି ବୁଝୁଛି, ବୁଝି ସାରିଲା ପରେ କହିବି ବୋଲି ସଫେଇ ଦେଇଥିଲେ। ଶିଶୁ ବିକାଶ ଅଧିକାରୀ ସଞ୍ଜୁଲତା ନାୟକଙ୍କ ସହିତ ଫୋନରେ ବାରମ୍ବାର ଯୋଗାଯୋଗ କରାଯାଇଥିଲା କିନ୍ତୁ ଫୋନ ଗ୍ରହଣ କରୁନଥିବାରୁ ତାଙ୍କର କୌଣସି ମତାମତ ମିଳିପାରିନଥିଲା। ଅଙ୍ଗନବାଡି କେନ୍ଦ୍ରରେ ଠିକାଦାରଙ୍କ ମିସ୍ତ୍ରୀ ରଖିବାକୁ ଅନୁମତୀ ଦେଇଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜନସାଧାତରେ ମତ ପ୍ରକାଶ ପାଉଛି।

Comments are closed.