ଶିକ୍ଷକଙ୍କ ବଦଳି ବାତିଲ ଦାବିରେ ଗ୍ରାମବାସୀ ବିଦ୍ୟାଳୟ ଫାଟକରେ ତାଲା ପକାଇଲେ

ଝୁମ୍ପୁରା: ଚମ୍ପୁଆ ଉପଖଣ୍ଡ ବାରିଆ ଥାନା ଅନ୍ତର୍ଗତ କମଣ୍ଡ ୟୁଜି ୟୁପି ବିଦ୍ୟାଳୟ ନିଯୁକ୍ତି ହୋଇଥିବା ଜଣେ ଭଲ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରିଥିବାରୁ ବଦଳି ହୋଇଥିବା ଶିକ୍ଷକଙ୍କୁ ପୁଣିଥରେ ଏହି ବିଦ୍ୟାଳୟରେ ପୁନଃବାର ନିଯୁକ୍ତି କରିବା ପାଇଁ ଦାବି କରି ଆସୁଥିଲେ କିନ୍ତୁ ବିଭାଗୀୟ ଅଧିକାରୀ ଉକ୍ତ ଶିକ୍ଷକଙ୍କୁ ପୁଣିଥରେ ଉକ୍ତ ବିଦ୍ୟାଳୟରେ ନିଯୁକ୍ତି ପ୍ରଦାନ କରୁନଥିବାରୁ ଗ୍ରାମବାସୀ ଶୁକ୍ରବାର ଦିନ ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବିସିଥିବା ଦେଖିବାକୁ ମିଳିଛି। ଗ୍ରାମବାସୀ ଚମ୍ପୁଆ ବ୍ଲକ ଶିକ୍ଷାଅଧିକାରୀଙ୍କ ଠାରେ କରିଥିବା ଲିଖିତ ଅଭିଯୋଗରୁ ଜଣାଯାଏ ଯେ କମଣ୍ଡ ୟୁଜି ୟୁପି ବିଦ୍ୟାଳୟରେ ଶିକ୍ଷାଦାନ କରିଥିବା ଶିକ୍ଷକ ବିଚିତ୍ରାନନ୍ଦ ସାହୁ ଙ୍କୁ ଅନ୍ୟ ସ୍କୁଲକୁ ବଦଳି କରାଯାଇଛି।

ଶ୍ରୀ ସାହୁ ଏହି ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ସମୟରେ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ତମ ଶିକ୍ଷାଦାନ କରିଆସୁଥିଲେ। ତାଙ୍କର ହଠାତ୍‍ ବଦଳିକୁ ଗ୍ରାମବାସୀ ନା ପସନ୍ଦ କରିବା ସହିତ ଉକ୍ତ ଶିକ୍ଷକଙ୍କୁ ପୁଣିଥରେ କମଣ୍ଡ ୟୁଜି ୟୁପି ସ୍କୁଲରେ ନିଯୁକ୍ତି କରିବା ପାଇଁ ବ୍ଲକ ଶିକ୍ଷାଅଧିକାରୀଙ୍କ ଠାରେ ପୂର୍ବରୁ ଲିଖିତ ଅଭିଯୋଗ କରିଥିଲେ। ବ୍ଲକ ଶିକ୍ଷାଅଧିକାରୀ ଶିକ୍ଷକ ଶ୍ରୀ ସାହୁଙ୍କୁ କମଣ୍ଡ ସ୍କୁଲରେ ପୁନଃ ନିଯୁକ୍ତି କରିବାରେ ବିଳମ୍ବ କରୁଥିବାରୁ ଗ୍ରାମବାସୀ ବାଧ୍ୟ ହୋଇ ସ୍କୁଲ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ। ଯେ ପର୍ଯ୍ୟନ୍ତ ଉକ୍ତ ଶିକ୍ଷକଙ୍କୁ ଏହି ସ୍କୁଲରେ ନିଯୁକ୍ତି ନ ମିଳିଛି ସେ ପର୍ଯ୍ୟନ୍ତ ସ୍କୁଲ ଫାଟକରେ ତାଲା ପଡିଥିବ ବୋଲି ଗ୍ରାମବାସୀ ଧନେଶ୍ୱର ମାଝୀ, ଜିଙ୍ଗ ମୁଣ୍ଡା, ଶିରିଶ ଚନ୍ଦ୍ର ମୁଣ୍ଡା, ନିରାକାର ମହାନ୍ତ, ଦିବାକାର ମହାନ୍ତ, ଭଗବାନ ମହାନ୍ତ, ଗୌରୀ ମଣି ମହାନ୍ତ, ପ୍ରିୟଙ୍କ ମୁଣ୍ଡା, ରମେଶ ଚନ୍ଦ୍ର ମୁଣ୍ଡା, ରାହାସମଣି ମହାନ୍ତ, ଜାନ ମୁଣ୍ଡା ଗୌରାଙ୍ଗ ମହାନ୍ତଙ୍କ ସମେତ ଅନ୍ୟ ଗ୍ରାମବାସୀ ମାନେ ସ୍କୁଲ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ।

ଗ୍ରାମବାସୀ ଫାଟକ ସମ୍ମୁଖରେ ଧାରଣାରେ ବସିଥିବା ସମ୍ପକରେ ଖବର ପାଇଁ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସୁରେଶ ଚନ୍ଦ୍ର ମହାନ୍ତ ଏବଂ ସ୍ଥାନୀୟ ସିଆରସିସି ବିଦ୍ୟାଳୟରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ଦୀର୍ଘ ସମୟ ଆଲୋଚନା କରିଥିଲେ। ବଦଳି ହୋଇଥିବା ଶିକ୍ଷକଙ୍କୁ ପୁଣିଥରେ ଏହି ବିଦ୍ୟାଳୟରେ ନିଯୁକ୍ତି ପ୍ରଦାନ କରିବା ପାଇଁ ବିଭାଗୀୟ ଅଧିକାରୀ ଗ୍ରାମବାସୀଙ୍କୁ ପ୍ରତିଶୃତି ପ୍ରଦାନ କରିବା ପରେ ସ୍କୁଲ ଫାଟକରୁ ଗ୍ରାମବାସୀ ତାଲା ଖୋଲିଥିବା ଜଣାଯାଇଛି।

Comments are closed.