ଝୁମ୍ପୁରା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

ଝୁମ୍ପୁରା : ଝୁମ୍ପୁରା କଲ୍ୟାଣ ମଣ୍ଡପ ପରିସରରେ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ ବିନୋଦ ବିହାରୀ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମରେ ରାଜ୍ୟ ସଂଘର ଉପ ସଭାପତି ମନୋଜ କୁମାର ମହାନ୍ତ ଯୋଗଦାନ କରି ନୂତନ କର୍ମକର୍ତ୍ତା ଚୟନ କରିଥିଲେ। ସଭାପତି ଭାବେ ବିନୋଦ ବିହାରୀ ମହାନ୍ତ ମନୋନୀତ ହୋଇଥିବା ବେଳେ ଉପ ସଭାପତି ଭାବେ ବିଜୟ କୁମାର ବେହେରା, ସଂପାଦକ ତନ୍ମୟ କୁମାର ଗିରି, ଯୁଗ୍ମ ସଂପାଦକ ବିବେକାନନ୍ଦ ବେହେରା, କୋଷାଧ୍ୟକ୍ଷ ଭାବେ ପ୍ରଦୀପ କୁମାର ମହାନ୍ତ, ମିଡିଆ ସଂଯୋଜକ ଭାବେ ରାମକୃଷ୍ଣ ମହାନ୍ତ ମନୋନୀତ ହୋଇଛନ୍ତି । ଏଥି ସହିତ ୧୨ ଜଣ କ୍ଲଷ୍ଟର ସଂପାଦକ ଚୟନ ହୋଇଛନ୍ତି । ଅନୁଷ୍ଠିତ କର୍ମକର୍ତ୍ତା ଚୟନ ବୈଠକରେ ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟା ଗୁଡିକ ଆଲୋଚନା କରାଯାଇଥିଲା । ଏହି କର୍ମକର୍ତ୍ତା ଚୟନ ବୈଠକକୁ ଶିକ୍ଷକ ବିଜୟ କୁମାର ବେହେରା, ବିଭୂତି ଭୂଷଣ ମହାନ୍ତ, ଶ୍ୱେତପଦ୍ମା ସେଠୀ, ପ୍ରମିଳା ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.