ବିନା ଭକ୍ତରେ ସଂପନ୍ନ ହେଲା ରାଧାଗୋବିନ୍ଦଙ୍କ ଝୁଲଣ ଯାତ୍ରା

ଆଠଗଡ : କୋଭିଡ କଟକଣା ଯୋଗଁ ଚଳିତବର୍ଷ ଶ୍ରୀ ରାଧାଗୋବିନ୍ଦ ଜୀଉଙ୍କର ପ୍ରସିଦ୍ଧ ଝୁଲଣ ଯାତ୍ରା ବିନା ଭକ୍ତଙ୍କ ଉପସ୍ଥିତିରେ ସଂପନ୍ନ ହୋଇଛି। ଶ୍ରାବଣ ଶୁକ୍ଳପକ୍ଷ ଏକାଦଶୀ ତିଥିରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ନିରାଡମ୍ବର ଭାବେ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। କେବଳ ମନ୍ଦିରର ପୂଜକ ସୁବାଷ ଚନ୍ଦ୍ର ପଣ୍ଡା ଅନ୍ୟସେବାୟତ ସନ୍ତୋଷ କୁମାର ପଞ୍ଚୁଆତିଙ୍କ ସହଯୋଗରେ ପାରମ୍ପରିକ ପୂଜାନୀତି ସଂପନ୍ନ କରିବା ସହ ରାଧାଗୋବିନ୍ଦଙ୍କୁ ଅତିସୁନ୍ଦର ଭାବେ ସଜ୍ଜିତ ଝୁଲନ୍ତା ବିମାନରେ ଉପବିଷ୍ଟ କରାଇ ଝୁଲାଇଥିଲେ। ଦେବୋତ୍ତର ବିଭାଗୀୟ ସହାୟକ ଭବାନୀ ଶଙ୍କର ପଣ୍ଡା ଏହି ପାରମ୍ପରିକ ଝୁଲଣ ଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ।

Comments are closed.