ଶିଶୁ ଯତ୍ନ କେନ୍ଦ୍ରକୁ ଗଲେ ଛେଉଣ୍ଡ ଭାଇଭଉଣୀ

ଝାରସୁଗୁଡ଼ା : କୋଭିଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ଜଣେ ମା’ଙ୍କର ଦୁଇ ଅସହାୟ ଶିଶୁଙ୍କୁ ଚାଇଲ୍ଡ ଲାଇନ ଉଦ୍ଧାର କରି ଥଇଥାନ କରିଛି । ବ୍ରଜରାଜନଗର ଅଞ୍ଚଳର ୭ବର୍ଷ ଯାଆଁଳା​‌ ଭାଇଭଉଣୀଙ୍କ ପିତା ୨ବର୍ଷ ପୂର୍ବରୁ କୌଣସି କାରଣରୁ ପ୍ରାଣ ହରାଇଥିବା ବେଳେ ତାଙ୍କ ମା’ ଉଭୟଙ୍କୁ ଏକାକୀ ଲାଳନପାଳନ କରୁଥିଲେ । ଗତ ମାସ ୧୯ତାରିଖ ସେ କରୋନାରେ ଆକ୍ରାନ୍ତ ହୋଇ ଝାରସୁଗୁଡ଼ା କୋଭିଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ହେଁ ୨୩ତାରିଖ ତାଙ୍କର ମୃତ୍ୟୁ ହୋଇଥିଲା ।
ତେବେ ଏହି ଅସହାୟ ଭାଇ ଭଉଣୀଙ୍କ ବିଷୟରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା ସୂଚନା ପାଇବା ପରେ ଚାଇଲ୍ଡ ଲାଇନ ଜିଲା ସଂଯୋଜକ ଆଶିଷ କୁମାର ପଣ୍ଡାଙ୍କୁ ସୂଚନା ଦେଇଥିଲେ । ଚାଇଲ୍ଡ ଲାଇନ ପକ୍ଷରୁ ସ୍ଥାନୀୟ ସି.ଡି.ପି.ଓ., ପୂର୍ବତନ ପୌରପାଳିକା ଅଧ୍ୟକ୍ଷ ଓ ପୂର୍ବତନ ୱାର୍ଡ ସଭ୍ୟଙ୍କ ସହାୟତାରେ ଶିଶୁ ଦ୍ୱୟଙ୍କୁ ଉଦ୍ଧାର କରି ବ୍ରଜରାଜନଗର ଥାନାରେ ସୂଚନା ପ୍ରଦାନ କରିବା ସହ କୋଭିଡ଼ ପରୀକ୍ଷା କରାଯାଇଥିଲା । କୋଭିଡ ମୁକ୍ତ ରିପୋର୍ଟ ଆସିବା ପରେ ଶିଶୁ ମଙ୍ଗଳ କମିଟିରେ ଉପସ୍ଥାପନ କରାଯାଇ ଶିଶୁ ଯତ୍ନ ଅନୁଷ୍ଠାନରେ ରଖାଯାଇଥିବା ଚାଇଲଡ଼ ଲାଇନ ସଂଯୋଜକ ସୂଚନା ଦେଇଛନ୍ତି । ଅସହାୟ ଶିଶୁ ଦ୍ୱୟଙ୍କ ସମସ୍ତ ଦାୟିତ୍ୱ ସରକାର ବହନ କରି​‌େ​‌ବ , ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଆନନ୍ଦିନୀ ପାଢ଼ୀ ଓ ଡି.ସି.ପି.ଓ. ସୁନନ୍ଦ ମହାରଣା କହିଛନ୍ତି ।

Comments are closed.