ବଡ଼ଦିନରେ ଚର୍ଚ୍ଚକୁ ପ୍ରବେଶ ଦାବି

ଝାରସୁଗୁଡ଼ା: ରାଜ୍ୟର ଅଧିକାଂଶ ଜିଲାରେ କେତେକ ସର୍ତ୍ତରେ ଧର୍ମାନୁଷ୍ଠାନ ଗୁଡ଼ିକୁ ପ୍ରବେଶ ଅନୁମତି ଦିଆଯାଇଥିବା ବେଳେ ଝାରସୁଗୁଡ଼ାବାସୀଙ୍କ ଆଶା ଏବେ ବି ଆଶାରେ ରହିଯାଇଛି । ବିଶେଷ କରି ଡିସେମ୍ବର ୨୫ତାରିଖ ଗୀର୍ଜା ଘର ଗୁଡ଼ିକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିଲେ ହେଁ ଝାରସୁଗୁଡ଼ା ଜିଲା ପ୍ରଶାସନ ଡିସେମ୍ବର ୩୧ ପର୍ଯ୍ୟନ୍ତ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିବ ବୋଲି ଘୋଷଣା କରି ସାରିଛି । ଏମିତିରେ ସେଣ୍ଟ ଡେଭିଡ ସିଏନଆଇ ଚର୍ଚ୍ଚ ତରଫରୁ ୨୫ତାରିଖ ଚର୍ଚ୍ଚ ଖୋଲିବାକୁ ଦାବି କରାଯାଇଛି । ଆଚାର୍ଯ୍ୟ ଅଭିନାଦବ ନାଗ ଏବଂ ସମ୍ପାଦକ ଭକ୍ତଚରଣ ଆଚାର୍ଯ୍ୟଙ୍କ ନେତୃତ୍ବରେ ସାମୁଏଲ ସୋନା, ଗୋବର୍ଦ୍ଧନ ମହାନନ୍ଦ, ଜ୍ୟୋତିର୍ମୟୀ ସୋନା ପ୍ରମୁଖ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏଡିଏମ(ରାଜସ୍ବ) ଲିଲି କୁମାରୀ କୁଲୁଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ ।

Comments are closed.