ଚଳନ୍ତା ଟ୍ରେନରୁ ଡେଇଁ ୨ ଝିଅ ଗୁରୁତର

ଝାରସୁଗୁଡା : ଚଳନ୍ତା ଟ୍ରେନରୁ ଡେଇଁ ପଡିଲେ ଦୁଇ ଝିଅ। ଡେଇଁପଡିବା ଫଳରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଜଣଙ୍କର ଗୋଡ କଟିଯାଇଥିଲା ବେଳେ ଅନ୍ୟଜଣଙ୍କର ମୁଣ୍ଡରେ ଗଭୀର ଆହତ ଲାଗିଥିବା ଜଣାପଡିଛି। ଏହି ଘଟଣା ଘଟିଛି କୁଚିଣ୍ଡା ବାଗଡିହି ଷ୍ଟେସନରେ ।ସୂଚନାଅନୁସାରେ ପୁରୀରୁ ହରିଦ୍ବାର ଯାଉଥିବା କଳିଙ୍ଗ ଉକଳ ଏକ୍ସପ୍ରେସ୍ ଟ୍ରେନରୁ କୁଚିଣ୍ଡାର ବାଗଡିହି ଷ୍ଟେସନଠୁ କିଛି ଦୂରରେ ଅଚାନକ ଚଳନ୍ତା ଟ୍ରେନରୁ ଡେଇଁ ପଡିଥିଲେ। ଡେଇଁ ପଡିବା ଫଳରେ ଗୁରୁତର ରୂପେ ଆହତ ହୋଇଥିଲେ ୨ ଝିଅ। ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଗୁରୁତର ଦୁଇ ଝିଅ ସୁନ୍ଦରଗଡ ଜିଲା ଧୁତୁରାର ବୋଲି ଜଣାପଡିଛି। ସେମାନେ ହେଲେ ଜ୍ୟୋସ୍ନା ନାଏକ(୨୦) ଏବଂ ଧନମତୀ(୧୯)। ବାଗଡିହି ଷ୍ଟେସନରୁ ଏହି ଦୁଇ ଜଣ ତେଲଡିହି ଯବାକୁ ଟ୍ରେନରେ ଚଡିଥିଲେ। ତେବେ ଅଚାଚକ କଣପାଇଁ ଚଳନ୍ତା ଟ୍ରେନରୁ ଡେଇଁଲେ ଜଣାପଡିନାହିଁ।

Comments are closed.