ଯଶୋଦା ମହିଳା ଡିଗ୍ରୀ କଲେଜରେ ଡିଜିଟାଲ ଲାଇବ୍ରେରୀ ଉଦଘାଟନ କଲେ ବ୍ରହ୍ମପୁର ସାଂସଦ

ଗଞ୍ଜାମ: ଗଞ୍ଜାମ ସହର ସ୍ଥିତ ଯଶୋଦା ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ମଙ୍ଗଳବାର ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ନାରାୟଣ ପଣ୍ଡା ଡିଜିଟାଲ ଲାଇବ୍ରେରୀ କକ୍ଷ ଉଦଘାଟନ କରିଛନ୍ତି। ସମ୍ମାନିତ ଅତିଥିଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ଯୋଗଦେଇଥିବା ବେଳେ ଶିକ୍ଷାନୁଷ୍ଠାନ ମୁଖ୍ୟ ଗୋବିନ୍ଦ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅଧ୍ୟକ୍ଷା ଲିପିକା ପଣ୍ଡାଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟ ମାଧ୍ୟମରେ ବର୍ତମାନ ପ୍ରତିଯୋଗିତାମୂଳକ ସମୟରେ ଡିଜିଟାଲ ପାଠାଗାରର ଆବଶ୍ୟକତା ଉପରେ ଆଲୋଚନା କରିବା ସହ ତା’ର ଉପାଦେୟତା ଛାତ୍ରୀମାନଙ୍କ ପାଇଁ ଅଧିକ ମାତ୍ରାରେ ସହାୟକ ହେବ ବୋଲି କହିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ସମ୍ପାଦକ ମଙ୍ଗରାଜ ପଣ୍ଡା, ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭ୍ୟ ସନାତନ ବେହେରା, ଏନଏସି ଉପାଧ୍ୟକ୍ଷ ସୁରେନ୍ଦ୍ର କୁମାର ବାରିକ, ବିଜେଡି ଯୁବ ସଭାପତି ସୁଧୀର କୁମାର ପାଢ଼ୀ, କାଉନସିଲର ପି. ଚନ୍ଦ୍ରଶେଖର ଯୋଗଦେଇଥିଲେ। ସମସ୍ତ ଅଧ୍ୟାପିକା ଓ କର୍ମଚାରୀ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଶିକ୍ଷାନୁଷ୍ଠାନର ସମସ୍ତ ବିଦ୍ୟାର୍ଥୀ ଉପସ୍ଥିତ ରହିଥିଲେ।

Comments are closed.