ଝାଡଖଣ୍ଡ କୋଇଲା ଖଣିରେ ଅଘଟଣ ; ୧୩ ମୃତ

ଝାଡଖଣ୍ଡ : ଝାଡଖଣ୍ଡର ଧନବାଦ ଜିଲାରେ ଏକ କୋଇଲା ଖଣିରେ ଅଘଟଣ ଘଟିଥିବା ନେଇ ମଙ୍ଗଳବାର ଖବର ମିଳିଛି। ଖଣି ମଧ୍ୟକୁ ପ୍ରବେଶ କରିବା ସମୟରେ ଏକ କୋଇଲା ଖଣିର ଏକ ବଡ ଅଂଶ ଖସିଯିବାରୁ ବହୁ ଶ୍ରମିକ ଏହାତଳେ ଦବି ହୋଇ ଯାଇଥିଲେ। ଫଳରେ ୧୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଅନେକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଯାଏଁ ପୁଲିସ ଠାରୁ ଏହି ଘଟଣା ବିଷୟରେ କୌଣସି ତଥ୍ୟ ମିଳିନାହିଁ।
ସ୍ଥାନୀୟଲୋକଙ୍କ କହିବାନୁଯାୟୀ, ବେଆଇନ ଭାବେ ଏଠାରେ କୋଇଲା ଉତ୍ତୋଳନ କରାଯାଉଥିଲା। ସେହି ସମୟରେ  କୋଇଲା ଖଣିର ଏକ ବଡ ଅଂଶ ୨୦ ଫୁଟ ତଳକୁ ଖସିଯିବାରୁ ଏହାତଳେ ଉକ୍ତ ଶ୍ରମିକମାନେ ଦବି ହୋଇ ରହିଯାଇଥିଲେ। ଫଳରେ ସେମାନଙ୍କ ମୃତ୍ୟୁ ହୋଇଛି। ଉକ୍ତ ସ୍ଥାନରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। କିଛି ଲୋକେ ଦବି ହୋଇ ରହିଛନ୍ତି।

Comments are closed.