ଝାଡ଼ଖଣ୍ଡରେ ଲକଡାଉନ୍‍ ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି

ରାଞ୍ଜି : ଝାଡ଼ଖଣ୍ଡ ସରକାର ସାରା ରାଜ୍ୟରେ ଲକଡାଉନ୍‍ ଅବଧିକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି କରିଛନ୍ତି। ରାଜ୍ୟରେ କୋଭିଡ୍‍ ନାଇଣ୍ଟିନ୍‍ ମାମଲା ବୃଦ୍ଧି ପାଇବା ପରିପ୍ରେକ୍ଷୀରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୬ ନୂଆ ମାମଲା ଆସିବା ସହ ମୋଟ୍‍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ୩୬୦କୁ ବୃଦ୍ଧି
ପାଇଛି। ଅନ୍ୟ ପକ୍ଷରେ ଝାଡ଼ଖଣ୍ଡରେ କୋଭିଡ-୧୯ ଆରୋଗ୍ୟ ହାର ୭୩ ପ୍ରତିଶତକୁ ବୃଦ୍ଧି ପାଇଛି।
ନୂତନ ନିର୍ଦ୍ଦେଶାବଳୀ ସହ ଲକଡାଉନ ଲାଗୁ ସମୟରେ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି। ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସମସ୍ତ ଯାତାୟତ ଉପରେ କଟକଣା ଲାଗୁ କରାଯାଇଛି। ଏହି ସମୟରେ ଆନ୍ତଃରାଜ୍ୟ ବସ୍‍ ଚଳାଚଳ ବନ୍ଦ ରହିବ ବୋଲି କୁହାଯାଇଛି।
ରାଜ୍ୟରେ ସମସ୍ତ ଧର୍ମପୀଠ, ଶିକ୍ଷା ସଂସ୍ଥା, କୋଚିଂ କ୍ଲାସ୍‍, ସପିଂମଲ୍‍, ହୋଟେଲ୍‍, ସିନେମା ହଲ୍‍, ମଲ୍ଟିପ୍ଲେକ୍ସ, ଥିଏଟର ପାର୍କ, ବାର, ସ୍ପା ଓ ସେଲୁନ ଏବଂ ଜିମ୍ନାସିୟମ୍‍ ଓ ସୁଇମିଂପୁଲ୍‍ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ତେବେ କଣ୍ଟେନମେଣ୍ଟ ଜୋନ୍‍କୁ ବାଦ୍‍ ଦେଇ ଶିଳ୍ପାଞ୍ଚଳରେ ଆର୍ଥିକ କାର୍ଯ୍ୟକଳାପ କ୍ଷେତ୍ରରେ ଲକଡାଉନ୍‍କୁ କୋହଳ କରାଯିବ।

Comments are closed.