ପୁଣି ଲଜ୍ଜା; ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ରାଞ୍ଚି : ଝାଡଖଣ୍ଡର ଡୁମକା ଜିଲ୍ଲାର ମୁଫାସିଲ ପୁଲିସ ଥାନା ଅଞ୍ଚଳର ଏକ ଗାଁରେ ୫ଟି ପିଲା ଥିବା ଜଣେ ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ୧୭ ଜଣ ଦୁର୍ବୃତ୍ତ ଏଭଳି କାଣ୍ଡ କରିଥିବା ଜଣାପଡିଛି। ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ପ୍ରତି ମଙ୍ଗଳବାର ପୀଡ଼ିତାଙ୍କ ଗାଁରେ ଏକ ବଜାର ଖୋଲାଯାଇଥାଏ। ଏହି ବଜାରରୁ ମହିଳା ଜଣଙ୍କ ରାତି ୮ଟା ସମୟରେ ନିଜ ସ୍ବାମୀଙ୍କ ସହ ନିଜ ଘରକୁ ଫେରୁଥିଲେ। ଫେରୁଥିବା ବେଳେ ୧୭ ଜଣ ମଦ୍ୟପ ବ୍ୟକ୍ତି ତାଙ୍କୁ ଅଟକାଇଥିଲେ। ଏହାପରେ ତାଙ୍କ ସ୍ବାମୀଙ୍କୁ ବାନ୍ଧି ଦେବାସହ ମହିଳାଙ୍କୁ ଗଣଦୁଷ୍ମର୍ମ କରିଥିଲେ।

Comments are closed.