ଝାଡଖଣ୍ଡରେ ମତଦାନ ଜାରି; ଦିନ ୧୧ଟାରେ ୨୯.୮୨ ପ୍ରତିଶତ ଭୋଟ୍ ଗ୍ରହଣ

ରାଞ୍ଚି: ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ତୃତୀୟ ପର୍ଯ୍ୟାୟରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଦିବାସୀ ସହରାଞ୍ଚଳରେ ୧୭ଟି ଆସନ ପାଇଁ ସକାଳ ୭ଟାରୁ କଡା ସୁରକ୍ଷା ବଳୟ ମଧ୍ୟରେ ଭୋଟ୍ ଗ୍ରହଣ କରାଯାଉଛି। ୧୭ଟି ଆସନ ପାଇଁ ୫୬ ଲକ୍ଷରୁ ଉର୍ଦ୍ଧ୍ବ ମତଦାତା ୩୦୯ ଆଶାୟୀ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଦିନ ୧୧ଟା ପର୍ଯ୍ୟନ୍ତ ୨୯.୮୨ ପ୍ରତିଶତ ମତଦାନ ହୋଇଥିବା ରିପୋର୍ଟରୁ ଜଣାପଡିଛି। ଏପର୍ଯ୍ୟନ୍ତ କୌଣସି ସ୍ଥାନରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିବା ସୂଚନା ମିଳିନାହିଁ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ବିନୟ ଚୌବେ କହିଛନ୍ତି।

Comments are closed.