ଦିନ ୧୧ଟା ସୁଦ୍ଧା ଝାଡଖଣ୍ଡରେ ୨୮.୫୬% ମତଦାନ

ଡିସେମ୍ବର ୨୦ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ, ୨୩ରେ ଭୋଟ୍ ଗଣତି

ରାଞ୍ଚି: ବିଧାନସଭା ନିର୍ବାଚନ ପାଇଁ ଝାଡଖଣ୍ଡରେ ଚତୁର୍ଥ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଜାରି ରହିଛି। ସୋମବାର ଦିନ ୧୧ଟା ସୁଦ୍ଧା ୨୮.୫୬ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି। ରାଜ୍ୟର ଜମୁଆ, ବଗୋଦର, ଗିରିଡିହ, ଦୁମରୀ ଏବଂ ଟୁଙ୍ଗିରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ଚାଲିବ। କିନ୍ତୁ ଅନ୍ୟ ସ୍ଥାନରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ।

ଝାଡଖଣ୍ଡର ମୁଖ୍ୟ ନିର୍ବାଚନ ଅଧିକାରୀ ବିନୟ କୁମାର ଚୌବେଙ୍କ ସୂଚନା ଅନୁଯାୟୀ, ନକ୍ସଲ ପ୍ରଭାବିତ ଅଞ୍ଚଳରେ ଯବାନମାନଙ୍କୁ ମୁତୟନ କରାଯାଇଛି। ଚତୁର୍ଥ ପର୍ଯ୍ୟାୟରେ ୧୫ଟି ଆସନ ପାଇଁ ୪୭,୮୫,୦୦୯ ଜଣ ମତଦାତା ନିଜର ମତଦାନ ସାବ୍ୟସ୍ତ କରିବେ। ସେମାନଙ୍କ ମଧ୍ୟରେ ୨୨,୪୪,୧୩୪ ଜଣ ମହିଳା ଏବଂ ୮୧ ଜଣ ତୃତୀୟ ଲିଙ୍ଗୀ ମତଦାତା ରହିଛନ୍ତି। ଏମାନେ ରାଜ୍ୟର ଦୁଇଟି ପ୍ରମୁଖ ନେତାଙ୍କ ସହ ୨୨୧ ଆଶାୟୀ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ରାଜ୍ୟରେ ମୋଟ୍ ୬୧୦୧ ମତଦାନ କେନ୍ଦ୍ର କରାଯାଇଛି। ୧୬ଟି ଆସନ ପାଇଁ ପଞ୍ଚମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଡିସେମ୍ବର ୨୦ରେ ଅନୁଷ୍ଠିତ ହେବ। ଡିସେମ୍ବର ୨୩ରେ ଭୋଟ୍ ଗଣନା କରାଯିବ ବୋଲି ବିନୟ କୁମାର ଚୌବେ କହିଛନ୍ତି।

Comments are closed.