ଆଜି ଝାଡ଼ଖଣ୍ଡ ଭୋଟ ଗଣତି

ରାଞ୍ଚି : ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ମତଦାନର ଭୋଟ ସୋମବାର ସକାଳ ୮ଟାରୁ ଗଣତି ହେବ। ରାଜ୍ୟର ୮୧ଟି ବିଧାନସଭା ଆସନ ପାଇଁ ୫ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇଥିଲା। ଭୋଟ ଗ୍ରହଣ ପରେ ପ୍ରକାଶିତ ଏକଜିଟ୍ ପୋଲ ରିପୋର୍ଟ ଅନୁଯାୟୀ ଜେଏମଏମ୍‌-କଂଗ୍ରେସ ଆରଜେଡି ମେଣ୍ଟ କ୍ଷମତାକୁ ଫେରିବ ଓ ବିଜେପି କ୍ଷମତା ହରାଇବ। ଜେଏମଏମ୍‌ ମେଣ୍ଟ ୪୧ଟି ଆସନ ପାଇବା ନେଇ ପୂର୍ବାନୁମାନ କରାଯାଇଥିବାବେଳେ ବିଜେପି ୨୯ଟି ଆସନ ପାଇବ।

Comments are closed.