ଝାଡ଼ଖଣ୍ଡ: ୪ର୍ଥ ପର୍ଯ୍ୟାୟରେ ୬୨% ମତଦାନ

ରାଞ୍ଚି : ସୋମବାର ଝାଡଖଣ୍ଡ ବିଧାନସଭା ନିର୍ବାଚନର ୪ର୍ଥ ପର୍ଯ୍ୟାୟ ଭୋଟରେ ୬୨.୪୬% ମତଦାନ ହୋଇଛି। ୪ର୍ଥ ପର୍ଯ୍ୟାୟରେ ୧୫ଟି ଆସନ ପାଇଁ ମତଦାନ ହୋଇଥିଲା। ୫ଟି ଆସନରେ ସକାଳ ୭ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ମତଦାନ ହୋଇଥିବାବେଳେ ୧୦ଟି ଆସନରେ ସକାଳ ୭ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲା। ଏହି ପର୍ଯ୍ୟାୟରେ ୨୨ଜଣ ମହିଳାଙ୍କ ସମତେ ୨୨୧ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଛି। ଏମାନଙ୍କ ମଧ୍ୟରେ ପ୍ରମୁଖ ପ୍ରାର୍ଥୀ ହେଉଛନ୍ତି ମନ୍ତ୍ରୀ ରାଜ ପଲିୱାର, ଅମର କୁମାର ବାଉରି, ରାଗିଣୀ ସିଂହ, ରାଜକିଶୋର ମାହତୋ ଓ ଧୁଲାଲ ମାହତୋ। ଡିସେମ୍ବର ୨୦ରେ ବିଧାନସଭା ନିର୍ବାଚନର ୫ମ ତଥା ଚୂଡାନ୍ତ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଡିସେମ୍ବର ୨୩ରେ ନିର୍ବାଚନ ଫଳ ପ୍ରକାଶ ପାଇବ।

Comments are closed.