ଝାଡ଼ଖଣ୍ଡ ଭୋଟ ଗଣତି ଜାରି: ଜେଏମଏମ-କଂଗ୍ରେସ ମେଣ୍ଟକୁ କଡ଼ା ଟକ୍କର ଦେଉଛି ବିଜେପି, ୩୬ ଆସନରେ ଆଗୁଆ

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଭୋଟ ଗଣତି ସୋମବାର ସକାଳୁ ଆରମ୍ଭ ହୋଇଛି। ମୋଟ ୮୧ ଆସନ ପାଇଁ ୫ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇଥିଲା। ଜେଏମଏମ-କଂଗ୍ରେସ ମେଣ୍ଟ କରି ଏଥର ବିଜେପିକୁ ପରାଜିତ କରିବାକୁ ଜୋରଦାର ପ୍ରୟାସ କରିଥିଲେ। କିନ୍ତୁ ତାହା ସଫଳ ହେବ ନା ନାହିଁ ତାହା ଭୋଟ ଗଣତି ଶେଷ ହେବା ପରେ ଜଣାପଡ଼ିବ। ତେବେ ଭୋଟ ଗଣତି ଜାରି ରହିଥିବାବେଳେ କଂଗ୍ରେସ ଏବଂ ଜେଏମଏମ ମେଣ୍ଟକୁ ବିଜେପି କଡ଼ା ଟକ୍କର ଦେଉଛି। ଜାତୀୟ ଗଣମାଧ୍ୟମ ତଥ୍ୟ ଅନୁସାରେ ୮୧ ଆସନ ମଧ୍ୟରୁ ବିଜେପି ୩୮ ଆସନରେ ଆଗୁଆ ଥିବାବେଳେ କଂଗ୍ରେସ-ଜେଏମଏମ ମେଣ୍ଟ ୩୫ ଆସନରେ ଆଗୁଆ ରହିଛନ୍ତି। ଜେଭିଏମ ୨ଟି ଏବଂ ଅନ୍ୟାନ୍ୟ ଦଳ ୬ଟି ଆସନରେ ଆଗୁଆ ରହିଛନ୍ତି।

Comments are closed.