ଝାଡ଼ଖଣ୍ଡରେ ବିଜେପିକୁ ବଡ଼ ଝଟ୍‌କା, ସରକାର ଗଢ଼ିପାରେ କଂଗ୍ରେସ-ଜେଏମଏମ ମହାମେଣ୍ଟ !

ରାଞ୍ଚି: ଝାଡ଼ଖଣ୍ଡ ନିର୍ବାଚନର ଭୋଟ ଗଣତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଯେଉଁ ଫଳାଫଳ ସାମ୍ନାକୁ ଆସିଛି ତାହା ବିଜେପିକୁ ବଡ଼ ଝଟ୍‌କା ଦେଇଛି। ଦଳ ଏଠାରେ ଏକପ୍ରକାର କ୍ଷମତାଚ୍ୟୁତ ହୋଇଛି। ରଘୁବର ଦାସଙ୍କ ସରକାର ବହୁମତ ପାଇବାର କୌଣସି ଆଶା ନାହିଁ। କାରଣ ଦଳ ମ୍ୟାଜିକ ନମ୍ବରଠାରୁ ବହୁ ପଛରେ ରହିଛି। ସରକାର ଗଢ଼ିବା ଲାଗି ମୋଟ ୮୧ ଆସନରୁ ୪୧ ଆସନରେ ବିଜୟ ଦରକାର ଥିବାବେଳେ ବିଜେପି ବହୁ ପଛରେ ରହିଯାଇଛି। ବିଜେପି ମାତ୍ର ୨୮ ଆସନରେ ଆଗୁଆ ରହିଛି। ଅନ୍ୟପଟେ ବିଜେପିକୁ ହରାଇବା ଲାଗି ଏଥର ଅବତୀର୍ଣ୍ଣ ହୋଇଥିବା କଂଗ୍ରେସ-ଜେଏମଏମ-ଆରଜେଡି ମହାମେଣ୍ଟକୁ ବହୁମତ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। କାରଣ ଭୋଟ ଗଣତିରୁ ମହାମେଣ୍ଟ ମ୍ୟାଜିକ ନମ୍ବର ଛୁଇଁଥିବା ଜଣାପଡ଼ିଛି ହୋଇଛି। ମହାମେଣ୍ଟ ୪୧ ଆସନରେ ଆଗୁଆ ରହିଛି। ଅନ୍ୟପଟେ ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା(ଜେଭିଏମ) ୪ଟି, ଏଜେଏସୟୁ ୫ଟି ଏବଂ ଅନ୍ୟାନ୍ୟ ୩ଟି ଆସନରେ ଆଗୁଆ ରହିଛନ୍ତି।

ସେପଟେ କଂଗ୍ରେସ-ଜେଏମଏମ-ଆରଜେଡି ମେଣ୍ଟ ବହୁମତ ଆଡକୁ ଆଗଉଥିବାବେଳେ ଦଳଗୁଡ଼ିକ ପକ୍ଷରୁ ସେଲିବ୍ରେଶନ ଆରମ୍ଭ ହୋଇଯାଇଛି। ବିଭିନ୍ନ ସ୍ଥାନରେ ୩ ଦଳର କର୍ମୀମାନେ ବାଜା ବଜାଇ, ବାଣ ଫୁଟାଇ ଉତ୍ସବ ମନାଉଛନ୍ତି।

Comments are closed.