ଝାଡ଼ଖଣ୍ଡ ଭୋଟ ଗଣତି ଜାରି; ମ୍ୟାଜିକ ନମ୍ବର ଅତିକ୍ରମ କଲା ମହାମେଣ୍ଟ, ତଳକୁ ଖସିଲା ବିଜେପି

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି। ସୋମବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିବାବେଳେ ପୂର୍ବାହ୍ନ ୧୧ଟା ସୁଦ୍ଧା ବିଭିନ୍ନ ଦଳ ଆଗୁଆ ରହିଥିବା ଆସନଗୁଡ଼ିକ ସମ୍ପର୍କରେ ତଥ୍ୟ ହସ୍ତଗତ ହୋଇଛି। ପ୍ରାରମ୍ଭରେ ବିଜେପି ଏବଂ କଂଗ୍ରେସ-ଜେଏମଏମ ମେଣ୍ଟ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିବାବେଳେ କ୍ରମଶଃ ବିଜେପି ତଳକୁ ଖସିବାରେ ଲାଗିଛି। ଅନ୍ୟପଟ କଂଗ୍ରେସ-ଜେଏମଏମ ମେଣ୍ଟ ମ୍ୟାଜିକ ନମ୍ବର ଅତିକ୍ରମ କରିଛି। ମୋଟ ୮୧ ଆସନ ମଧ୍ୟରୁ ସରକାର ଗଠନ ପାଇଁ ୪୧ ଆସନରେ ବିଜୟ ଆବଶ୍ୟକ। କିନ୍ତୁ କଂଗ୍ରେସ-ଜେଏମଏମ ମେଣ୍ଟ ପୂର୍ବାହ୍ନ ୧୧ଟା ସୁଦ୍ଧା ୪୫ ଆସନରେ ଆଗୁଆ ଥିବା ସୂଚନା ମିଳିଛି। ଅନ୍ୟପଟେ ବିଜେପି ୩୦ ତଳକୁ ଖସିଆସିଛି। ଦଳ ୨୫ଟି ଆସନରେ ଆଗୁଆ ରହିଛି। ସେହିପରି ଜେଭିଏମ ୩, ଏଜେଏସୟୁ ୪ ଏବଂ ଅନ୍ୟାନ୍ୟ ୪ଟି ଆସନରେ ଆଗୁଆ ରହିଛନ୍ତି।

Comments are closed.