ନିଆଁରେ ଚାଲିରେ କାଳିସୀ- ଅଗ୍ନିଭୈରବଙ୍କ ଝାମିଯାତ୍ରା ଅନୁଷ୍ଠିତ

କଲମପୁର – ଲୋକ ବିଶ୍ୱାସର ପର୍ବ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ମହାସମାରୋହରେ ଥୁଆମୁଳ ରାମପୁର ଠାରେ ପାଳିତ ହେଇଯାଇଛି । ପରମ୍ପରା କ୍ରମେ ଦଶମୀ ତିଥିରେ ନୁଆଁଖାଇ ସମ୍ପନ୍ନ ହେବା ପରେ ତ୍ରୟୋଦଶୀ ତିଥିରେ ମାଁ ମାଣିକେଶ୍ୱରୀ ଓ ଭୈରବ ଦେବଙ୍କ ପୂଜକ ନିକଟସ୍ତ ଏକ ଝରଣାରୁ ବାଲି ସଂଗ୍ରହ କରିବା ପରେ ସେହି ବାଲିରେ ମକା, ମାଣ୍ଡିଆ, ଧାନ, କାନ୍ଦୁଲ ଆଦି ଶଷ୍ୟ ଗଜା ପାଇଁ ପୋତାଯାଇ ଭୈରବ ଦେବଙ୍କ ପୀଠରେ ରଖାଯାଇଥାଏ । ଏହାପରେ ଗାଦିଆ ବସା ପର୍ବ ଅନୁଷ୍ଠିତ ହେଇଥାଏ । ଏକ ଜଳ ପୂର୍ଣ୍ଣ କଂଚା ମାଟି ହାଣ୍ଡି ଉପରେ ଉଭୟ ମାଣିକେଶ୍ୱରୀ ଓ ଭୈରବ ଦେବଙ୍କ କାଳସୀ ବସିଥାନ୍ତି । ତେଣୁ ଏହାର ନାମକରଣ ଗାଦିଆ ବସା ବୋଲି କୁହାଯାଇଥାଏ । ପଂଚମୀ ତିଥିର ସକାଳୁ ମାଣିକେଶ୍ୱରୀଙ୍କ ସେବକମାନଙ୍କ ଦ୍ୱାରା ସଂଗୃହୀତ କାଠକୁ ୪/୬ର ଏକ ସ୍ଥାନରେ ଧୂନି ଜଳାଯାଇଥାଏ ।

ବିଭିନ୍ନ ରିତିନିତୀରେ ପୂଜା ପାଠ ହେବା ପରେ ପାରମ୍ପାରିକ ବାଦ୍ୟ ଓ ଘୁମୁରା ବାଦ୍ୟ ସହ ଉଭୟ ଦେବୀ ମାଣିକେଶ୍ୱରୀ ଓ ଭୈରବ ଦେବଙ୍କ କାଳସୀ ନଗର ପରିକ୍ରମା କରିଥିଲେ । ଏହାପରେ ଉଭୟ କଳସୀ ନିଜନିଜ ମନ୍ଦିରକୁ ପ୍ରତ୍ୟାଗମନ କରିଥାନ୍ତି । ଏହାପରେ ଭୈରବଙ୍କ କାଳସୀ ମାଣିକେଶ୍ୱରୀଙ୍କ ପୀଠକୁ ଯାଇ ପୂଜା ପରେ ପୁଣି ଭୈରବଙ୍କ ପୀଠକୁ ଉଭୟ କାଳସୀ ଆସିଥିଲେ । ସେଠାରେ ପୂଜାଅର୍ଚ୍ଚନା ହେବା ପରେ ଉଭୟ କାଳସୀ ପୁଣି ଜଳ ପୂର୍ଣ୍ଣ କଂଚା ମାଟି ଉପରେ ବସି ନିଜର ପରାକାଷ୍ଠା ପ୍ରଦର୍ଶନ ପୂର୍ବକ କଣ୍ଟା ଦୋଳିରେ ଝୁଲି ଥିଲେ । ଏହାପରେ ମାଣିକେଶ୍ୱରୀଙ୍କ କାଳସୀ ମନ୍ଦିର ପରତ୍ୟାବର୍ତନ କରିଥିବା ବେଳେ ଭୈରବ ଦେବଙ୍କ କାଳସୀ ଭକ୍ତଙ୍କ ନିକଟରେ ନିଜର ପରତ୍ୟକ୍ଷ ପ୍ରଦର୍ଶନ ପୂର୍ବକ ସକାଳୁ ଜଳୁଥିବା ଅଗ୍ନିରେ ଚାଲିଥାନ୍ତି । ଯାହାକୁ ଝାମିଯାତ୍ରା ବୋଲି ଅବିହିତ କରାଯାଏ ।

ଏହି ଝାମିଯାତ୍ରା ସହ କଳାହାଣ୍ଡି ଅଂଚଳରେ ଶାରଦୀୟ ପୂଜା ଉତ୍ସବ ଆରମ୍ଭ ହେଇଥାଏ । ଗୁରୁବାର ଥୁଆମଉଳ ରାମପୁର ସମେତ କୁମାରକାନି ଗ୍ରାମରେ ମଧ୍ୟ ଝାମିଯାତ୍ରା ମହାସମାରୋହର ସହିତ ପାଳନ କରାଯାଇଛି । କୋଭିଡ କଟକଣା ପାଇଁ ଗତ ଦୁଇ ବର୍ଷ ଏହି ପର୍ବ ପାଳନ ଫିକା ପଡିଯାଇଥିଲା । କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ହଟି ଯାଇଥିବାରୁ ରାୟଗଡା ସମେତ କଲମପୁର, ଜୟପାଟଣା ନବରଙ୍ଗପୁର ଅଂଚଳର ବହୁ ଭକ୍ତଙ୍କ ସମାଗମ ହେଇଥିଲା ।
ରାତିରେ ଲୋକଙ୍କ ମନୋରଞ୍ଜନ ପାଇଁ ଢେମସା ନୃତ୍ୟ ସମେତ ମିର୍ଜାପୁର ଗ୍ରାମର ଗୀତିନାଟ୍ୟ ଆୟୋଜିତ ହେଉଥିବା ବେଳେ ଜିଲ୍ଲାସ୍ତରୀୟ ଘୁମୁରା ପ୍ରତିଯୋଗୀତାର ଆୟୋଜନ କରାଯାଉଛି ।

Comments are closed.