ଜେନାପଦା ଅଞ୍ଚଳରେ ୬ଘଣ୍ଟା ବିଦ୍ୟୁତ୍ ବିଭ୍ରାଟ

ଆଠଗଡ: ଆଠଗଡ ଅଞ୍ଚଳରେ ବିଦ୍ୟୁତ୍ ବିଭ୍ରାଟ ଏକ ଦୈନନ୍ଦିନ ସମସ୍ୟା ହେଇ ଉଭା ହୋଇଛି। ଫଳରେ ଲୋକମାନେ ଏହି ପ୍ରବଳ ଗରମ ଓ ଗୁଳୁଗୁଳି ସମୟରେ ନାହିଁ ନଥିବା କଷ୍ଟ ଭୋଗୁଛନ୍ତି। ସୋମବାର ସକାଳ ୯ଟାରୁ ୩ଟା ପର୍ଯ୍ୟନ୍ତ ଜେନାପଦା ଆଦି ୫ଟି ପଞ୍ଚାୟତରେ ବିଦ୍ୟୁତ୍ ସରୋବରାହ ବ୍ୟାଘାତ ହେବା ଯୋଗୁଁ ସେ ଅଞ୍ଚଳବାସୀ ବହୁ କଷ୍ଟ ଅନୁଭବ କରିବା ଫଳରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଖୁଣ୍ଟୁକଟା ପଞ୍ଚାୟତର ଦର୍ଶନପୁରସ୍ଥିତ ସବ୍ ଷ୍ଟ୍ରେସନରୁ ଖୁଣ୍ଟୁକଟା, ଜେନାପଦା, ବଡଭୂଇଁ ଆଦି ଅଞ୍ଚଳକୁ ବିଦ୍ୟୁତ୍ ଯୋଗଣ ହେଉଥିବାବେଳେ ଅଧିକାଂଶ ଦିନ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କଟିଯାଉଛି। ଏ ସଂପର୍କରେ ଅଞ୍ଚଳବାସୀ ବିଦ୍ୟୁତ୍ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ପଚାରିବାବେଳେ ସେମାନେ କେବେବି ସନ୍ତୋଷଜନକ ଉତ୍ତର ଦେଉନାହାଁନ୍ତି। ଜେନାପଦା ଓ ଅନ୍ୟ ପଞ୍ଚାୟତବାସୀ ଏ ବିଦ୍ୟୁତ୍ ସମସ୍ୟା ତୁରନ୍ତ ସମାଧାନ ନହେଲେ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବେ ବୋଲି ଚେତାଇ ଦେଇଛନ୍ତି।

Comments are closed.