ଜେନାପଦାଦେଶ ଆବଦ୍ଧାଞ୍ଚଳ ଘୋଷିତ

ଆଠଗଡ : ଆଠଗଡ ବ୍ଲକ ଅନ୍ତର୍ଗତ ଜେନାପଦା ପଞ୍ଚାୟତ ଅଧିନ ଜେନାପଦାଦେଶ ଗ୍ରାମରେ ୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସେହି ଗ୍ରାମକୁ ୧୦ଦିନ ପାଇଁ ଆଂଶିକ ଆବଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ଜେନାପଦାଦେଶ ଗ୍ରାମକୁ ୧୫ତାରିଖ ସକାଳ ୬ଟାରୁ ୨୪ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ଆବଦ୍ଧ ଅଞ୍ଚଳ ଭାବେ ଘୋଷଣା କରିବା ସହ ଏହି ସମୟ ମଧ୍ୟରେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କର କୋଭିଡ ପରୀକ୍ଷା କରାଇବା ଲାଗି ବ୍ରହ୍ମପୁର ସିଏଚସି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଅଗ୍ନିସମ ବିଭାଗକୁ ସଂପୃକ୍ତ ଗ୍ରାମକୁ ବିଶୋଧନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହି ୧୦ଦିନ ମଧ୍ୟରେ ଗ୍ରାମ ଭିତରକୁ ବା ଗ୍ରାମର ବାହାରକୁ କେହି ନଯିବା ଲାଗି କଟକଣା ଜାରି କରାଯିବା ସହିତ ଆଇନଶୃଙ୍ଖଳା ରକ୍ଷା ଲାଗି ତହସିଲଦାରଙ୍କୁ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ ଲାଗି ବିଡିଓଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି।

Comments are closed.