‘ଜୀବନର ବାଟେଘାଟେ’ ଉନ୍ମୋଚିତ

ଭୁବନେଶ୍ବର: ଗାଳ୍ପିକା ତଥା ସାମ୍ବାଦିକା ଭୁବନେଶ୍ବରୀ ପଣ୍ଡାଙ୍କ ଗଳ୍ପ ସଂକଳନ ‘ଜୀବନର ବାଟେଘାଟେ’ ଉନ୍ମୋଚିତ ହୋଇଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜଭବନରେ ପୁସ୍ତକଟିକୁ ଉନ୍ମୋଚନ କରିଥିଲେ। ସାଧାରଣ ମଧ୍ୟବିତ୍ତ ପରିବାର ନିଜର ଦୈନନ୍ଦିନ ଜୀବନରେ ସାମ୍ନା କରୁଥିବା କଥାକୁ ନେଇ ଗାଳ୍ପିକା ଶ୍ରୀମତୀ ପଣ୍ଡା ଲେଖିଥିବା ୫୧ଟି ଗଳ୍ପ ଏହି ପୁସ୍ତକରେ ସ୍ଥାନ ପାଇଛି। ପ୍ରତିଟି ଗଳ୍ପରେ ସାଧାରଣ ମଣିଷଟିଏ ନିଜକୁ ଆବିଷ୍କାର କରିପାରିବ। ରାଜ୍ୟପାଳ ପୁସ୍ତକର ପ୍ରଶଂସା କରିବା ସହ ଲେଖିକାଙ୍କୁ ଅଭିନନ୍ଦନ ଜଣାଇଥିଲେ। ‘ପେନ୍‌ ଇନ୍‌ ବୁକ୍ସ’ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକକୁ ଆଗ୍ରହୀ ପାଠକମାନେ ଆମାଜନ୍‌ ମାଧ୍ୟମରେ କିଣିପାରିବେ ବୋଲି ସଂସ୍ଥାର ନିର୍ଦେଶକ ଶୁଭ୍ରାଂଶୁ ପଣ୍ଡା ସୂଚନା ଦେଇଛନ୍ତି।

Comments are closed.