ଜେଇଇ ପରୀକ୍ଷା ସ୍ଥଗିତ ପାଇଁ ଯୁବ କଂଗ୍ରେସର ଦାବି

ଫୁଲବାଣୀ : ମହାମାରୀ କରୋନା ଯୋଗୁଁ ସାରା ଦେଶ ଏବେ ଆତଙ୍କିତ ଅବସ୍ଥାରେ ରହିଛି। କେନ୍ଦ୍ର ଓ ରାଜ୍ୟ ସରକାର ଏହାର ମୁକାବିଲା ପାଇଁ ଲକଡାଉନ୍‍, ସଟଡାଉନ୍‍ ଆଦି ଜାରି କରିଥିବା ବେଳେ ଜନସାଧାରଣ ସାଧାରଣ ଜୀବନ ଯାପନରୁ ବଂଚିତ ରହିଛନ୍ତି। ଲୋକଙ୍କ ଆର୍ଥିକ ସ୍ଥିତି ଏବେ ଭଲ ନାହିଁ। ଏହି ଭଳି ସ୍ଥିତିରେ ଆସନ୍ତା ୨ ତାରିଖରୁ ସରକାର ଜେଇଇ- ନିଟ୍‍ ପରୀକ୍ଷା କରାଉଛନ୍ତି। ଏହାକୁ ଯୁବ କଂଗ୍ରେସ ବିରୋଧ କରିଛି। ଯାନବାହାନ ଚଳାଚଳ କରୁନଥିବା ବେଳେ ଅନେକେ ପରିବାର ଆର୍ଥିକ ଦୁର୍ଦ୍ଦିନରେ ରହିଥିବା ବେଳେ ଅନେକ ମେଧାବୀ ଛାତ୍ରଛାତ୍ରୀ ଏହି ସମୟରେ ପରୀକ୍ଷା କଲେ ସେଥିରୁ ବଂଚିତ ହେବେ। ତେଣୁ ସରକାର ବର୍ତ୍ତମାନ ସ୍ଥିତି ପରୀକ୍ଷାକୁ ସ୍ଥଗିତ ରଖି ମହାମାରୀ ପରିସ୍ଥିରେ ସୁଧାର ହେବା ପରେ କରିବାକୁ ଦାବି କରିଛି। ଏନେଇ ଆଜି କନ୍ଧମାଳ ଜିଲ୍ଲା ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢିଙ୍କ ନେତୃତ୍ୱରେ ଜେଇଇ ପରୀକ୍ଷା ବାତିଲ ଦାବି କରି ସହରର ପୋଷ୍ଟ ଅଫିସ୍‍ ସମ୍ମୁଖରେ ବିକ୍ଷୋଭ କରିଥିଲେ। ଏହି ଦାବି ଓ ବିକ୍ଷୋଭରେ ଯୁବ କଂଗ୍ରେସ ଓ ଜିଲ୍ଲା କଂଗ୍ରେସର ସଂସାର ଭୋଇ, ଭିକାରୀ ଚରଣ ପାଣିଗ୍ରାହୀ, ପ୍ରେମଚାନ୍ଦ ତ୍ରିପାଠୀ, ସୂର୍ଯ୍ୟକାନ୍ତ ଦାସ, ସଞ୍ଜୟ ଭଂଜ, ଘନ ଶବର, ଅନାମ ନାୟକ,ବଳଦେବ ବେହେରା, ଗୌରଚନ୍ଦ୍ର ବେହେରା, ଶିବ ଶଙ୍କର ବେହେରା ପ୍ରମୁଖ ସାମିଲ ହୋଇଥିଲେ।

Comments are closed.